Latest Odisha News

BREAKING NEWS

IPL ଫାଇନାଲରେ ଚେନ୍ନାଇ: ଦିଲ୍ଲୀ ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ଧୋନି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍ । ନବର ଥର ଫାଇନାଲକୁ ଯାଇଛି ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ । ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ କ୍ୱାଲିଫାୟାରରେ କମାଲ କଲେ ମାହି । ଶେଷ ଓଭରରେ ମୁମ୍ୱାଇ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲେ । ଏଥିସହ ଚେନ୍ନାଇ ନବମ ଥର ଆଇପିଏଲ୍ ଫାଇନାଲ ଯାଇଛି ଚିନି ଥର ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗସ୍ ।

୧୯ତମ ଓଭରରେ ଆଉଟ୍ ହୋଇଥିଲେ ଇନଫର୍ମ ଋତୁରାଜ ଗାଏକ୍ୱାଡ୍ । ସମସ୍ତେ ଭାବିଥିଲେ ତାଙ୍କ ସ୍ଥାନରେ ଆସିବେ ରବୀନ୍ଦ୍ର ଜାଡେଜା । କିନ୍ତୁ ଧୋନି ମୈଦନାକୁ ଓହ୍ଲାଇଥିଲେ । ଭଲ ଫର୍ମରେ ନଥିବା ଧୋନି ଠିକଣା ସମୟରେ ଦଳ ପାଇଁ ଲକି ସାବ୍ୟସ୍ତ ହେଲେ । ୬ ବଲରେ ୧୮ ରନ୍ କଲେ ମାହି । ଏଥିରେ ୩ଟି ଚୌକା ଓ ଗୋଟିଏ ଛକା ରହିଥିଲା ।

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ କରିଥିଲା ୧୭୨ ରନ୍ । ଦଳ ପକ୍ଷରୁ ପୃଥ୍ୱୀ ସ, ରିଷଭ ପନ୍ଥ ଓ ହେଟମାୟାର ଭଲ ବ୍ୟାଟିଂ କରିଥିଲେ । କିନ୍ତୁ ଫାଇନାଲ୍ ଖେଳିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥିବା ମାହିଙ୍କ ଚେନ୍ନାଇ ହାତକୁ ଶେଷ ମୁହୂର୍ତ୍ତରେ ମ୍ୟାଚ୍ ଚାଲିଗଲା । ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକ୍ୱାଡ ୭୦ ଓ ରବିନ୍ ଉଥାପା ୬୩ ରନ୍ କରି ବିଜୟ ଆଶା ସଞ୍ଚାର କରିଥିଲେ ।

ତଥାପି ଦିଲ୍ଲୀ ହାତରେ ଫାଇନାଲ୍ ଖେଳିବା ଆଶା ରହିଛି । ଆଜିର ଏଲିମିନେଟର ମ୍ୟାଚର ବିଜୟୀ ଟିମ୍ ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ ଦିଲ୍ଲୀ । ଜିତିଲେ ଫାଇନାଲରେ ପୁଣି ଚେନ୍ନାଇ ସହ ମୁକାବିଲା ହେବ । ଗତଥର ଆଇପିଏଲ୍ ରନର୍ସ ଅପ୍ ହୋଇଥିଲା ଦିଲ୍ଲୀ । ଏଥର ଚାମ୍ପିଅନ୍ ଲକ୍ଷ୍ୟରେ ରହିଛି ଦଳ ।

Leave A Reply

Your email address will not be published.