Latest Odisha News

BREAKING NEWS

ମାଆ ମଙ୍ଗଳାଙ୍କ ସିଂଘ ବାହିନୀ ବେଶ

କାକଟପୁର: ସପ୍ତମୀ ତିଥିରେ କାକଟପୁର ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ସିଙ୍ଘବାହିନୀ ବେଶ | ସିଙ୍ଘ ରୂଢା ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ | ପାର୍ବଣ ପୂଜାର ଶକ୍ତିପୀଠ ମାନଙ୍କରେ ଅଜି ହେଉଛି ସପ୍ତମୀ ତିଥି | ଏହି ସପ୍ତମୀ ତିଥିରେ କାକଟପୁର ବାସିନୀ ମାଆ ମଙ୍ଗଳାଙ୍କ ପୀଠରେ ଷୋଡଶ ଉପଚାରରେ ସ୍ଵତନ୍ତ୍ର ଷୋଡଶ ଉପଚାର ପୂଜାପଣ୍ଡାଙ୍କ ଦ୍ଵାରା କରାଯାଉଛି ମାଆଙ୍କ ସେବାପୁଜା |

ଷୋଡଶ ଉପଚାର ପୂଜା ଷୋଡ ଦିନାତ୍ମକ ଜାରିରହିଥିଲା ବେଳେ ନବପତ୍ରିକା ଠାରୁ ଚଣ୍ଡୀପୁରାଣ ମତ ଅନୁଯାଇ ମାଦୁର୍ଗାଙ୍କ ନଅ ଗୋଟି ସ୍ୱରୂପକୁ ଆବାହନ କରାଯାଇ ସେହି ରୂପରେ ମଙ୍ଗଳାଙ୍କୁ ପୂଜା କରାଯାଇଥାଏ | ସେହିଭଳି ମାଆଙ୍କୁ ବିଭିନ୍ନ ବେଶରେ ସଜିତ କରାଯାଇଥାଏ |

ଆଜି ହେଉଛି ପିଠେ ସପ୍ତମୀ ପୂଜା ,ଏହି ସପ୍ତମୀ ତିଥିରେ ମାଆ ମଙ୍ଗଳାଙ୍କୁ ସ୍ଵତନ୍ତ୍ର ସେବକ ମାନେ ବେଶ କରିସାରିବା ପରେ ମାଆ ପ୍ରସିଦ୍ଧ ସିଙ୍ଘବାହିନୀ ବେଶରେ ଦର୍ଶନ ଦେଉଛନ୍ତି | ମହିଷାସୁରକୁ ନିଧନ କରିବା ପାଇଁ ଦେବତା ମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ସିଙ୍ଘକୁ ବାହାନ ଭାବରେ ପାଇସାରିବା ପରେ ମାଆ ଦୂର୍ଗା ମହିଷାସୁର କୁ ନିଧନ  କରିବାପାଇଁ ଆଜି ମନ୍ଦରଗିରି ବିଜେ କରି ମହିଷାସୁରକୁ ଖୋଜିବାପାଇଁ ରାତ୍ରସମୟରେ ବାହାରିବେ |

ସେହି ପ୍ରଥା ଅନୁଯାଇ ଆଜି ସପ୍ତମୀ ତିଥିରେ ମାଆ ମଙ୍ଗଳା ସିଙ୍ଘବାହିନୀ ବେଶରେ ଦର୍ଶନ ଦେଉଛନ୍ତି | ଏହି ସିଙ୍ଘବାହିନୀ ବେଶରେ ମାଆ ମଙ୍ଗଳା  କାଷ୍ଠରେ ନିର୍ମିତ ସିଂହ ଉପରେ ବିଜେ କରିବା ସହିତ ଧନୁ , ତୀର, କାତି, ଖର୍ପର , ତ୍ରିଶୂଳ ଆଦି ଅସ୍ତ୍ର ଶସ୍ତ୍ରରେ ବିଭୂଷିତ ହେବା ସହ ମାଆ ମଙ୍ଗଳାଙ୍କୁ ମୁଖ ଚନ୍ଦନ ବେଶରେ ସଜିତ କରାଯାଇଛି |

 

 

Comments are closed.