ଭୁବନେଶ୍ୱର: ବିନା ଅନୁମତିରେ ଦାଣ୍ଡିଆ ନାଇଟ କରିବା ପଡ଼ିଲା ମହଙ୍ଗା । ନିକୋପାର୍କ ସ୍ଥିତ 9ଥ ଷ୍ଟ୍ରିଟ ବଂକ୍ୱୟେଟ ହୋଟେଲକୁ ସିଲ୍ କଲା ବିଏମସି । ପ୍ରଶାସନର ବିନା ଅନୁମତିରେ ଚାଲିଥିଲା ଦାଣ୍ଡିଆ ନାଇଟ । ବିଏମସି କମିଶନର ଅଂଶୁମାନ ରଥ ନେତ୍ୱତ୍ୱରେ ଏକ ଟିମ୍ ହୋଟେଲକୁ ଯାଇ ଚଢାଉ କରିଥିଲେ । ଏବଂ ଏଠାରେ କୋଭିଡ୍ କଟକଣା ସମ୍ପୁର୍ଣ୍ଣ ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ପାଇଥିଲେ।

ସୋସିଆଲ ମିଡିଆରେ 9ଥ ଷ୍ଟ୍ରିଟ ହୋଟେଲର ଦାଣ୍ଡିଆ ନାଇଟ ଉପରେ ବିଜ୍ଞାପନ ଚାଲୁଥିବାରୁ, ଏହି ହୋଟେଲରେ ଲୋକମାନେ ଟିକେଟ ମଧ୍ୟ ବୁକ୍ କରିଥିଲେ। ଟିକେଟ ମୂଲ୍ୟ ୬୫୦ ଟଙ୍କା ଥିବା ବେଳେ। ହୋଟେଲ ପକ୍ଷରୁ ୧୩ ଓ ୧୪ ତାରିଖ ଦୁଇ ଦିନିଆ ଦାଣ୍ଡିଆ ନାଚ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସମୟରେ ବିଏମସିର ଏକ ସ୍କ୍ୱାର୍ଡ ଯାଇ ଚଢଉ କରିଥିଲେ।
Comments are closed.