Latest Odisha News

BREAKING NEWS

ମହାଷ୍ଟମୀରେ ଭଦ୍ରକ ସନ୍ଥିଆ ନୀଳକଣ୍ଠପୁର ମଣ୍ଡପରେ ନିଆରା ପରମ୍ପରା

ଭଦ୍ରକ: ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା। ମାଆଙ୍କ ପୂଜା ଚଳଚଞ୍ଚଳ ହୋଇପଡ଼ିଛି ସହର। ଚଣ୍ଡିପାଠରେ କମ୍ପୁଛି ମଣ୍ଡପ। ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁର ମଣ୍ଡପରେ ଚାଲିଛି ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। କରୋନା କଟକଣାକୁ ମାନି ମାଆ ଦୁର୍ଗାଙ୍କ ପୂଜା ଚାଲିଛି।

ସକାଳୁ ବଙ୍ଗୀୟ ପରମ୍ପରା ଅନୁଯାୟୀ ରୀତିନୀତି ଅନୁସାରେ ମାଆଙ୍କ ମହାଷ୍ଟମୀ ପୂଜା ଆରମ୍ଭ ହୋଇଥିଲା। ମାଆଙ୍କ ପାଖରେ ମହିଳାମାନେ ମୁଣ୍ଡରେ ଝୁଣା ଜଳେଇଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏପରି ନିଆରା ପରମ୍ପରା ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ।
ମାତ୍ର କରୋନା ପାଇଁ ଭକ୍ତ ମାଆଙ୍କ ଦର୍ଶନ କରିପାରୁନାହାନ୍ତି। ସେପଟେ ଆଜି ଶକ୍ତିପୀଠରେ ମହାନବମୀ ପାଳିତ ହୋଇଛି। ଶକ୍ତିପୀଠରେ ଆଧ୍ୟାତ୍ମିକ ପରିବେଶ ବାତାବରଣ ଦେଖାଦେଇଛି।

Leave A Reply

Your email address will not be published.