Latest Odisha News

BREAKING NEWS

ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ ସମୀକ୍ଷା କଲେ 5T ସଚିବ

ପୁରୀ : ଶ୍ରୀକ୍ଷେତ୍ରରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି 5ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ । ନିର୍ମାଣସ୍ଥଳ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଡିସେମ୍ବର ମାସ ଶେଷ ସୁଦ୍ଧା ନିର୍ମାଣ କର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଠିକାଦାର ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀରେ ୧୩ ଏକର ପରିମିତ ଅଞ୍ଚଳରେ ଚାଲିଛି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ।

ଏହି ଷ୍ଟାଡିମୟରେ ଏକ କ୍ରିକେଟ ଗ୍ରାଉଣ୍ଡ ସହ ସୁଇମିଙ୍ଗ ପୁଲ, ଶହେ ଶଯ୍ୟା ବିଶିଷ୍ଠ କ୍ରୀଡ଼ା ଛାତ୍ରାବାସ ଓ ଇଣ୍ଡୋଲ ହଲ ମଧ୍ୟ ନିର୍ମାଣ କରାଯାଇଛି । ଖେଲୋ ଇଣ୍ଡିଆ ଯୋଜନାରେ କେନ୍ଦ୍ର ସରକାର ୭ କୋଟି ୫୦ ହଜାର ଏବଂ ଅବଢ଼ା ଯୋଜନାରେ ରାଜ୍ୟ ସରକାର ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସେଠାରେ ଉଭୟ ଆଉଟ୍ ଡୋର ଏବଂ ଇଣ୍ଡୋର ଷ୍ଟାଡିୟମ କରାଯାଉଛି । 5T ସଚିବଙ୍କ ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.