Latest Odisha News

BREAKING NEWS

ମହିଳା ଆଥଲେଟ ହିମା ଦାସ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ଆଥଲେଟ ହିମା ଦାସ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ପଟିୟାଲାର ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ପୂର୍ବରୁ ତାଙ୍କର କୋଭିଡ-୧୯ ଟେଷ୍ଟ କରାଯାଇଥିଲା । ଏହା ପଜିଟିଭ ଥିବା ଜଣାପଡିବା ପରେ ତାଙ୍କୁ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଗୌହାଟୀରୁ ଆସିବା ପରେ ସେ ଦୁର୍ବଳ ଅନୁଭବ କରୁଥିଲେ ବୋଲି ତାଙ୍କ କୋଚ କହିଛନ୍ତି ।

ଅଳ୍ପକେ ଅଲିମ୍ପିକ ଯୋଗ୍ୟତା ହାସଲ କରିପାରି ନ ଥିବା ହିମାଙ୍କ ପରବର୍ତୀ ଟାର୍ଗେଟ ରହିଛି ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆନ ଗେମ୍ସ । ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ ବୋଲି ହିମା କହିଛନ୍ତି ।

Leave A Reply

Your email address will not be published.