ବରଗଡ଼ : ବରଗଡ଼ ଏସିସି ସିମେଣ୍ଟ କାରଖାନାରୁ ଉଦ୍ଧାର ହୋଇଛି ଟ୍ରକ ଡ୍ରାଇଭରଙ୍କ ମୃତଦେହ । ମୃତକ ହେଲେ ନୟାଗଡ଼ ମାଲସିଆ ଗାଁର ଚନ୍ଦ୍ରମଣି ପଧାନ । ସେ ଜଣେ ଟ୍ରକ ଡ୍ରାଇଭର ଭାବରେ କାମ କରନ୍ତି । ଗତକାଲି ସନ୍ଧ୍ୟାରେ ସିମେଣ୍ଟ ଲୋଡ଼ ପାଇଁ ଏସିସି ସିମେଣ୍ଟ କାରଖାନାକୁ ଆସିଥିଲେ । ହେଲେ ଟ୍ରକରେ ଦଉଡି ଭିଡୁଥିବା ବେଳେ ଦଉଡିଟି ଛିଣ୍ଡି ଯିବାରୁ ଟ୍ରକ ଉପରୁ ସେ ତଳେ ପଡି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଅମ୍ବୁଲାନ୍ସ ସହାୟତାରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବରଗଡ଼ ଟାଉନ ଥାନା କେସ ନମ୍ୱର ୩୮/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ, ପୋଲିସ ଘଟଣାର ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।
BREAKING NEWS
- ମିଥୁନ ରାଶିକୁ ୧୨ ବର୍ଷ ପରେ ଆସିବେ ବୃହସ୍ପତି; ୫ ରାଶିଙ୍କ ଫିଟିବ ଭାଗ୍ୟ
- ରାଜଗିରରେ ଆୟୋଜିତ ହେବ ଏସିଆ କପ୍ ୨୦୨୫; ୨୯ଅଗଷ୍ଟରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ
- ଚଳିତ ସିଜନରେ ମୁମ୍ବାଇର ପ୍ରଥମ ବିଜୟ ହାସଲ
- ଜମ୍ମୁ-କଶ୍ମୀରର କଠୁଆରେ ପୁଣି ଗୁଳିବିନିମୟ: ସେନା ଜାଲରେ ଫସିଗଲେ ୩ ଆତଙ୍କବାଦୀ !
- ବାପାଙ୍କୁ ହରାଇଥିଲେ, କ୍ରିକେଟ ପଡ଼ିଆକୁ ଫେରିବାର ସମ୍ଭାବନା କମ୍ ଥିଲା; ଏବେ ଦୁନିଆ କରୁଛି ଚର୍ଚ୍ଚା
- ଗରମରେ ବିଦ୍ୟୁତ ସଙ୍କଟ ବଢ଼ାଇଲା ଚିନ୍ତା: ଗାଁଠୁ ସହର ସବୁଠି ଚୁ, ଚା…
- ଆସିଲା ଖୁସି ଖବର! ପିଏଫ୍ ଉଠାଣ ସୀମା ୫ ଲକ୍ଷକୁ ବୃଦ୍ଧି
- ସମ୍ପତ୍ତି ବିବାଦରୁ ହିଂସା: ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ
- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା, ୨ ବର୍ଷ ପରେ ଅଭିଯୁକ୍ତ ସାଙ୍ଗ ଗିରଫ
- ଦଙ୍ଗା କରେ ଗୋଟିଏ ରାଜନୈତିକ ଦଳ !
Comments are closed.