ବରଗଡ଼ : ବରଗଡ଼ ଏସିସି ସିମେଣ୍ଟ କାରଖାନାରୁ ଉଦ୍ଧାର ହୋଇଛି ଟ୍ରକ ଡ୍ରାଇଭରଙ୍କ ମୃତଦେହ । ମୃତକ ହେଲେ ନୟାଗଡ଼ ମାଲସିଆ ଗାଁର ଚନ୍ଦ୍ରମଣି ପଧାନ । ସେ ଜଣେ ଟ୍ରକ ଡ୍ରାଇଭର ଭାବରେ କାମ କରନ୍ତି । ଗତକାଲି ସନ୍ଧ୍ୟାରେ ସିମେଣ୍ଟ ଲୋଡ଼ ପାଇଁ ଏସିସି ସିମେଣ୍ଟ କାରଖାନାକୁ ଆସିଥିଲେ । ହେଲେ ଟ୍ରକରେ ଦଉଡି ଭିଡୁଥିବା ବେଳେ ଦଉଡିଟି ଛିଣ୍ଡି ଯିବାରୁ ଟ୍ରକ ଉପରୁ ସେ ତଳେ ପଡି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଅମ୍ବୁଲାନ୍ସ ସହାୟତାରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବରଗଡ଼ ଟାଉନ ଥାନା କେସ ନମ୍ୱର ୩୮/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ, ପୋଲିସ ଘଟଣାର ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।
BREAKING NEWS
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ
- ଏସିଆନ୍ ଗେମ୍ସ ୨୦୨୬: ମହିଳା ୪ଗୁଣନ୪୦୦ ମିଟର ରିଲେରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ, ୫୦ ଅତିକ୍ରମ କଲା ମେଡାଲ୍ ସଂଖ୍ୟା

Comments are closed.