Latest Odisha News

BREAKING NEWS

କବିତା : ଦେବୀ

ମାନସ ରଞ୍ଜନ ମହାପାତ୍ର 

କେବେ ସରିଯିବ ଏ ରହସ୍ୟର
ଦିନସବୁ,କେବେ ? କେଉଁ ଅଜଣା ଶତାବ୍ଦୀରେ
ଆମେସବୁ ଗପୁଥିବୁ ଅଧରାତି ଯାଏଁ ଖଟିରେ
କେବେ ମୋର ଅଲିଅଳି ଝିଅ
ଉଡି ବୁଲିବ ଚଢେଇଟେ ହେଇ ଆକାଶରେ

ଜାଣ, ଏବେ ସବୁଆଡେ ବନ୍ଦ
ବନ୍ଦ ଆକାଶ,ପବନ,ଅଗ୍ନି
ଜଳମଗ୍ନ ପୃଥିବୀ, ନିରବ ସବୁ ହୃଦୟ
ଆତଙ୍କିତ ଜୀବନ ,ଯୌବନ
କେଉଁ ସକାଳ ଏବେ ଆସିବ ପ୍ରତି ଝର୍କାରେ ଦେବୀ
କେବେ ?

ବାରମ୍ବାର ଭୂଲ୍ କଲି
ଚରଣେ ଶରଣ ଯିବି କହିଲି ଯେ
ତୁମେ ମତେ ଲୁଚେଇ ରଖିଲ ହୃଦୟର
ନିଭୃତ କୋଣରେ
ସବୁ ହୃଦୟ ଉଭାନ ଅଚାନକ
ଦେବୀ, ଏବେ ପ୍ରକଟିତ ହୁଅ
ସରିଯାଉ ରହସ୍ୟ ସମୁଦ୍ର
ଆଜି ଶୁଭ ଦିନ ,ହେଉଏକ ନୂତନ ଆରମ୍ଭ…..

ମଧୁବନ ଷଷ୍ଠ ଗଳି
ଟିକରପଡା , ପୁରୀ-୭୫୨୦୦୨
୯୮୯୧୯୪୬୧୭୮

Leave A Reply

Your email address will not be published.