Latest Odisha News

BREAKING NEWS

ଆର୍ୟନଙ୍କୁ ବେଲ୍ ମିଳିବ କି ନାହିଁ, ଆଜି ପୁଣି ଶୁଣାଣି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଜୁନିଅନର କିଙ୍ଗ ଖାନଙ୍କ ଜାମିନ ମିଳିବ କି ନାହିଁ ? ଆଉ କେତେ ଦିନ ଶାହାରୁଖଙ୍କ ପୁଅକୁ ଅପେକ୍ଷା କରିବାକୁ ପଡ଼ିବ ? ଗତକାଲିର ଅସମାପ୍ତ ଶୁଣାଣି ଆଜି ପୁଣି ଥରେ ମୁମ୍ବାଇର ସ୍ୱତନ୍ତ୍ର ଏନସିପିଏସ୍ କୋର୍ଟରେ ହେବ । ଗତକାଲିର ଶୁଣାଣିକୁ ଆଜି ଯାଏ ଘୁଞ୍ଚାଇ ଦିଆଯାଇଥିଲା । ଆଜି ଦିନ ୧୧ଟାରେ ଶୁଣାଣି ହେବ ।

ଗତକାଲି ଶୁଣାଣି ବେଳେ ଆର୍ୟନଙ୍କ ବେଲକୁ ବିରୋଧ କରିଥିଲା ଏମସିବି । କୋର୍ଟରେ ଏନସିବି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍ ଯୁକ୍ତି ରଖିଥିଲେ ଯେ, ଆର୍ୟନଙ୍କ ମୋବାଇଲର ହ୍ୱାଟ୍ସଆପ୍ ଚାର୍ଟରୁ ଡ୍ରଗ୍ସ କାରବାରରେ ବିଦେଶୀ ଲିଙ୍କ ନେଇ ତଥ୍ୟ ମିଳିଛି । ଅଧିକ ତଦନ୍ତର ଆବଶ୍ୟକତା ରହିଛି । ତାଙ୍କୁ ବେଲ୍ ଦେଲେ ସେ ପ୍ରମାଣ ନଷ୍ଟ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଙ୍କା ଥିବା କହିଥିଲେ ଏନସିବି ।

ଗତ ୨ ତାରିଖରେ ମୁମ୍ବାଇର କ୍ରୁଜ୍ ଡ୍ରଗ୍ସ ପାର୍ଟିରୁ ଧରାପଡ଼ିଥଲେ ଆର୍ୟନ ଖାନ୍ । ତାଙ୍କ ସହ ଅନ୍ୟ ୭ ଜଣଙ୍କୁ ବି ଗିରଫ କରାଯାଇଥିଲା । ଏହାପରେ ସାମନାକୁ ଆସିଥିଲା ଡ୍ରଗ୍ସ ଲିଙ୍କ କାରବାର । ଏଯାଏ ଏନସିବି ଏହି ମାମଲାରେ ୨ଜଣ ବିଦେଶୀ ନାଗରିକଙ୍କ ସମେତ ୨୦ ଜଣଙ୍କୁ ଗିରଫ କରିଛି । ଅଧିକ ଖୋଳତାଡ ଓ ରେଡ୍ ଜାରି ରହିଛି ।

Leave A Reply

Your email address will not be published.