Latest Odisha News

BREAKING NEWS

ବଢିବାରେ ଲାଗିଛି କିଙ୍ଗଖାନଙ୍କ ଚିନ୍ତା, ଆର୍ଯ୍ୟନ୍‌ଙ୍କୁ ସାଧାରଣ ସେଲ୍ ସ୍ଥାନାନ୍ତରଣ

ମୁମ୍ବାଇ: ପଦ୍ମ ଘୁଂଚିଘୁଂଚି ଯାଉଛି । କିଙ୍ଗଖାନଙ୍କ ଲାଡଲା ଆର୍ଯ୍ୟନଙ୍କ ଜାମିନ ଶୁଣାଣି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିପାରୁନି । ଅନ୍ୟପଟେ ଆର୍ଯ୍ୟନଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ ବାହାରିବା ପରେ ସାମ୍ନାକୁ ଆସିଛି ନୂଆ ଖବର ।

କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଆର୍ଥର୍ ରୋଡ ଜେଲରେ ଆର୍ଯ୍ୟନଙ୍କ ସମେତ ଅନ୍ୟ କିଛି ବିରଚାଧୀନ କଏଦୀ କ୍ୱାରେଣ୍ଟାଇନ୍ ସେଲ୍‌ରେ ରହିଥିଲେ । ଆଜି ସମସ୍ତଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ ବାହାରିବା ପରେ ୫ଜଣଙ୍କ ସମେତ ଆର୍ଯ୍ୟନଙ୍କୁ ସାଧାରଣ ସେଲକୁ ସ୍ଥାନାନ୍ତରିତ କରାଯାଇଛି ।

ସାଧାରଣରେ ସେଲରେ ଆର୍ଯ୍ୟନଙ୍କୁ କୌଣସି ପ୍ରକାର ବ୍ୟକ୍ତିଗତ ସୁବିଧା ମିଳିପାରିବ ନାହିଁ । ଖାସ କରି ଏହି କାରଣରୁ କିଙ୍ଗଖାନଙ୍କ ଚିନ୍ତା ଘନେଇବାରେ ଲାଗିଛି । ଗୋଟିଏ ପଟେ ରେଭ ପାର୍ଟିରେ ଆର୍ଯ୍ୟନ ଡ୍ରଗ୍ସ ସେବନ କରିଥିବା ଏନ୍‌ସିବି ଦାବି କରିଛି । ଅନ୍ୟପଟେ ଆର୍ଯ୍ୟନଙ୍କ ଓକିଲଙ୍କ ଅନୁଯାୟୀ ଚଢାଉ ସୟରେ ତାଙ୍କ ପାଖରେ ଟଙ୍କା କି ଡ୍ରଗ୍ସ ନଥିଲା ।

Leave A Reply

Your email address will not be published.