ବରଗଡ଼ : ପୋଲିସ ଗାଡ଼ି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଗାପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କହିବାରୁ ପୋଲିସ ଗାଡି ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକ । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଡଭା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ, ମଣ୍ଡପ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ଫଳରେ କାର୍ଯ୍ୟକ୍ରମ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା । ଖବର ପାଇ ଝାରବନ୍ଧ ପୋଲିସ ଡଭା ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କହିଥିଲା । ହେଲେ ଲୋକେ ମାନିବାକୁ ନାରାଜ । ଯାହାକୁ ନେଇ ଉପସ୍ଥିତ ଲୋକ ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ପୋଲିସ ଗାଡିକୁ ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକ । କରୋନା ଗାଇଡ଼ ଲାଇନ ମଧ୍ୟରେ ପୂଜାର୍ଚ୍ଚନା କରିବାକୁ ସରକାର ଗାଇଡଲାଇନ୍ ଜାରି କରିଥିବା ବେଳେ, ବରଗଡ଼ରେ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଛି ।
BREAKING NEWS
- ଏସଟି, ଏସସି, ଏସିବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ
- କାଶିରା ଗ୍ରାମରେ ଜେଏସଡବ୍ଲୁ ଷ୍ଟିଲ୍ ପକ୍ଷରୁ ସଫେଇ ଅଭିଯାନ
- ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ
- ହାର୍ଦ୍ଦିକ, ରୋହିତଙ୍କୁ ଫିଟନେସ ଟେଷ୍ଟ ପ୍ରମାଣିତ କରିବାକୁ କହିଲା ବିସିସିଆଇ
- ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ଭାରତୀୟ କ୍ୟାମ୍ପରେ ସାମିଲ ହେଲେ ଆକ୍ୱିବ ନବୀ
- ସାଇରାଜ ବାହୁଟୁଲେ ଭାରତୀୟ କ୍ରିକେଟ୍ ଦଳର ନୂଆ ସ୍ପିନ୍ ପ୍ରଶିକ୍ଷକ
- ଭାରତରେ ଶିଶୁ ମୃତ୍ୟୁ ହାରରେ ସୁଧାର, ଏବେବି ଏହି ରାଜ୍ୟ ସବୁଠାରୁ ଚିନ୍ତାଜନକ ସ୍ଥିତିରେ ରହିଛି
- CBSE ମାମଲାରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ବିଦା କଲେ
- ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ୧୨ ଟଙ୍କାକୁ ବୃଦ୍ଧି, ୩୫,୦୦୦ ପିଲା ପାଇବେ…
- ନେପାଳ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ଦେଲା ଭାରତ, ତୃତୀୟ ଦେଶର ଭୂମିକାକୁ କଲା ଅସ୍ୱୀକାର
Comments are closed.