Latest Odisha News

BREAKING NEWS

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ: ବିଜେପି ବିରୋଧରେ ବିଜେଡିର ମାମଲା ରୁଜୁ

ଭୁବନେଶ୍ୱର : ବିଜେପିର ୨୦୧୯ ଘୋଷଣା ପତ୍ରରେ ଓଡିଶାର ସାଢେ ୪ କୋଟି ଜନତାଙ୍କୁ ପ୍ରତାରଣା କରାଯାଇଥିବା ନେଇ ଶାସକ ଦଳ ବିଜେଡି ବିଜେପି ବିରୋଧରେ ଅଭିଯୋଗ କରିଛି ।

୨୦୧୪ ମସିହାରେ ଭାରତୀୟ ଜନତା ପାର୍ଟି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଲାଗି ପ୍ରତୁଶ୍ରୁତି ଦେଇଥିଲେ । ମାତ୍ର ଏଯାବତ୍ ସେହି ପ୍ରତିଶ୍ରୁତି ପୂରଣ ହୋଇପାରିଲା ନାହିଁ ।

୨୦୧୯ରେ ବିଜେପି ପକ୍ଷରୁ ଜାରି କରାଯାଇଥିବା ଇସ୍ତାହାରରେ ଉକ୍ତ ପ୍ରତିଶ୍ରୁତି ସ୍ଥାନ ଦିଆଯାଇନାହିଁ । ଏହା ଓଡିଶାବାସୀଙ୍କ ପ୍ରତି ବିଶ୍ୱାସଘାତ ସଦୃଶ୍ୟ ଦର୍ଶାଇ ବିଜେଡି ପକ୍ଷରୁ ଖାରବେଳ ନଗର ଥାନାରେ ଏକ ଏତଲା ଦିଆଯାଇଛି ।

ଓଡିଶାର ସାଢେ ୪ କୋଟି ଜନତାଙ୍କ ପ୍ରତି ବିଜେପି ବିଶ୍ୱାସଘାତକତା କରିଥିବାରୁ ଉକ୍ତ ଦଳ ବିରୋଧରେ ମାମଲା ରୁଜୁ କରିବା ଲାଗି ବିଜେଡି ପୋଲିସ ନିକଟରେ ଦାବି ଜଣାଇଛି ।

ତେବେ ବିଜେପି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

Leave A Reply

Your email address will not be published.