Latest Odisha News

BREAKING NEWS

ଭଣ୍ଡାରୀପୋଖରୀ ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ନିରଞ୍ଜନ

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଦିନ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଣ୍ଡାରୀପୋଖରୀ ବିଧାନସଭା ଆସନ ଲାଗି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏନେଇ ନିରଞ୍ଜନ ଟ୍ୱିଟ୍ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଓପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଘସିପୁରା ବ୍ୟତିତ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନୀମଣ୍ଡଳୀରୁ ନିର୍ବାଚନ ଲଢିବେ । ଏପ୍ରିଲ୍ ୨ ତାରିଖରୁ ସେ ଘସିପୁରା ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଜି ଭଣ୍ଡାରୀପୋଖରୀରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସେହପରି ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ବିଜେଡିର ସଞ୍ଜୀବ ମଲ୍ଲିକ ଭଦ୍ରକ ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ବିଜେପିରୁ ପ୍ରଦୀପ ନାୟକ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଆହୁରି ମଧ୍ୟ ବିଜେପି ଜିଲ୍ଲା ସଭାପତି ତଥା ଦଳୀୟ ପ୍ରାର୍ଥୀ ବଦ୍ରି ନାରାୟଣ ଧଳ ମଧ୍ୟ ଭଣ୍ଡାରୀପୋଖରୀ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିଷ୍ଣୁ ଚରଣ ସେଠୀ ପୂର୍ବତନ ବିଧାୟକ ତଥା ବିଜେପି ପ୍ରାର୍ଥୀ ଧାମନଗର ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Leave A Reply

Your email address will not be published.