Latest Odisha News

BREAKING NEWS

ବିଜେଡ଼ି ଇସ୍ତାହାରରେ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯାଇଛି: ନବୀନ

ନୂଆପଡ଼ା: ବିଜେଡ଼ି ପୁନର୍ବାର କ୍ଷମତାକୁ ଆସିଲେ ମିଶନ ଶକ୍ତି ଅନ୍ତର୍ଗତ ମହିଳାମାନଙ୍କ ଲାଗି ୫ ହଜାର କୋଟି ଅର୍ଥ ସହାୟତା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ତଥା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ୦ ପ୍ରତିଶତ ସୁଧ ହାରରେ ଋଣ ଯୋଗାଇ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।

ନୂଆପଡ଼ା ଜିଲ୍ଲାର କୋମନାଠାରେ ନବୀନ ସୋମବାର ଦିନ ଏକ ମାରାଥନ ନିର୍ବଚନ ପ୍ରଚାର କରିବା ଅବସରରେ ଘୋଷଣା କରି କହିଛନ୍ତି –
୧ – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ମହିଳାମାନଙ୍କ ଲାଗି ସହାୟତା ରାଶି ୭ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

୨ – କେଜିରୁ ମେଡ଼ିକାଲ, ଇଞ୍ଜିନିୟରିଂ ପରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ପ୍ରକାର ପାଠ୍ୟକ୍ରମରେ ଝିଅମାନଙ୍କୁ ମାଗଣାରେ ଶିକ୍ଷାଦାନ ଦିଆଯିବ ।

୩ – ଗରିବ ଝିଅମାନଙ୍କର ବାହାଘର ନିମନ୍ତେ ୨୫,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।

୪ – ମହିଳାମାନଙ୍କୁ ସହାୟତା ପ୍ରଦାନ ଲାଗି ଫସଲ ଅମଳରେ, ଆଶ୍ରମ ସ୍କୁଲ ପରିଚାଳନା, ହସ୍ପିଟାଲ ପରିଚାଳନା ତଥା ସ୍କୁଲ ୟୁନିଫର୍ମ ବଣ୍ଟନ କ୍ଷେତ୍ରରେ ମିଶନ ଶକ୍ତି କର୍ମୀମାନଙ୍କୁ ନିଯୁକ୍ତି ଦିଆଯିବ ।

୫ – ଏସଏଚଜି ସଦସ୍ୟାମାନଙ୍କୁ ଦୁର୍ଘଟଣା ବୀମା ପ୍ରଦାନ କରାଯିବ ।

“ଆମେ ଆମର ଦଳୀୟ ଇସ୍ତାହାରରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇ ଆସୁଛୁ,” ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଠାରେ ଉଲ୍ଲେଖଯୋଗ୍ୟ, ନବୀନ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଏବେ ନିର୍ବାଚନ ପ୍ରଚାରରେ ଅଛନ୍ତି ।

Leave A Reply

Your email address will not be published.