Latest Odisha News

ବରିଷ୍ଠ ବିଜେଡ଼ି ନେତା ଶଶୀ ଭୂଷଣ ବେହେରା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଲଢିବେ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡ଼ି)ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କେନ୍ଦ୍ରାପଡ଼ା ଆସନରୁ ବରିଷ୍ଠ ନେତା ଶଶୀ ଭୂଷଣ ବେହେରାଙ୍କ ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି ।

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ରହିଥିବା ଶଶୀ ଭୂଷଣ ୨୦୧୪ ବିଧାନସଭା ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲା ଜୟଦେବ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟ ହାସଲ କରିଥିଲେ । ସେ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିଥିଲେ ।

ଆସନ୍ତା ଏପ୍ରିଲ ୨୯ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।

ଏଥିସହିତ ଶାସକ ବିଜେଡ଼ି ପକ୍ଷରୁ ୧୪୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ।

Leave A Reply

Your email address will not be published.