Latest Odisha News

BREAKING NEWS

ଛତିଶଗଡ ଯଶପୁରରେ ହିଟ୍ ଆଣ୍ଡ ରନ ମାମଲାରେ ମୃତକଙ୍କୁ ପରିବାରକୁ ମିଳିବ କ୍ଷତିପୂରଣ

ଛତିଶଗଡ଼ : ଛତିଶଗଡ ଯଶପୁରରେ ହିଟ୍ ଆଣ୍ଡ ରନ୍ ମାମଲାରେ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ । ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୫୦ ଲକ୍ଷର କ୍ଷତିପୂରଣ ଦିଆଯିବ । ଏହାସହ ପ୍ରତି ଆହତଙ୍କୁ ମାଗଣା ଚିକତ୍ସା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ତେବେ ଏହି ଘଟଣାକୁ ନେଇ ଯଶପୁରରେ ଉତ୍ତେଜନା ଲାଗି ରହିଛି ।

ଦୁର୍ଗାପୂଜା ବିସର୍ଜନ ବେଳେ ଲୋକଙ୍କ ଗହଳି ରହିଥିଲା । ପୋଲିସର ମଧ୍ୟ ପ୍ରହରା ଥିଲା । ହେଲେ ଏହି ସମୟରେ ଗାଡି ଭିତରକୁ କିପରି ଆସିଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି । ସେପଟେ ଗାଡି ଚଢାଇଥିବା ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗତକାଲି ମା’ ଦୁର୍ଗାଙ୍କ ବିସର୍ଜନ ବେଳେ ଘଟିଥିଲା ଏହି ଅଘଟଣ । ଭସାଣି ଶୋଭାଯାତ୍ରା ସମୟରେ ୨୦ ଜଣଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ ଅଭିଯୁକ୍ତ । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ, ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କ ମେଡିକାଲରେ ଚିକତ୍ସା ଚାଲିଛି । ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ସୁରକ୍ଷା ଦାୟିତ୍ବରେ ଥିବା ୩ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି ।

Comments are closed.