Latest Odisha News

BREAKING NEWS

ଅନୁଗୁଳରେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା ହାତୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜରେ ମଙ୍ଗଳବାର ସକାଳୁ ଏକ ଦନ୍ତାହାତୀ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ମହିଳା ଜଣକ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଏହି ସମୟରେ ହାତୀଟି ସମ୍ପୃକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲା ।

ଅନ୍ୟପକ୍ଷରେ ଏହି ଘଟଣାରେ ଗ୍ରାମବାସୀମାନେ ଉତ୍ତେଜିତ ହୋଇ ରାସ୍ତା ଅବରୋଧ କରିବା ସହ ପୀଡିତ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.