Latest Odisha News

BREAKING NEWS

୭ ଯୋଡ଼ା ସ୍ବତନ୍ତ୍ର ଟ୍ରେନରେ ସିଜିନ ଟିକେଟକୁ ଅନୁମତି

ଭୁବନେଶ୍ବର : ପ୍ରତିଦିନ ଯାତାୟାତ କରୁଥିବା ରେଳ ଯାତ୍ରୀଙ୍କ ରେଇବାଇ ପଦକ୍ଷେପ । ପୂର୍ବତଟ ରେଳପଥରେ ଆହୁରି ୭ ଯୋଡ଼ା ସ୍ବତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍, ତ୍ରୟମାସିକ ସିଜିନ ଟିକେଟ୍ ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦିଆଯାଇଛି ।

ଏହି ଟ୍ରେନ୍ ଗୁଡିକ ହେଲା – ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ, ୦୮୪୧୨/୦୮୪୧୧ ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର ବିଶେଷ ଟ୍ରେନ, ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ, ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ, ୦୮୪୦୪/୦୮୪୦୩ ପୁରୀ-ଖୋର୍ଦ୍ଧା ରୋଡ-ପୁରୀ ବିଶେଷ ଟ୍ରେନ, ୬୮୦୫୦/୬୮୦୪୯ ଭଦ୍ରକ-ଖଡଗପୁର-ଭଦ୍ରକ ବିଶେଷ ଟ୍ରେନ ଏବଂ ୦୮୦୦୪/୦୮୦୦୩ ଭଦ୍ରକ-ହାଓ୍ବଡ଼ା-ଭଦ୍ରକ ବିଶେଷ ଟ୍ରେନ ।

ଏହାପୂର୍ବରୁ, ପୂର୍ବତଟ ରେଳପଥ ୬ ଯୋଡ଼ା ବିଶେଷ ଟ୍ରେନ ଯଥା – ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ, ୦୮୪୫୬/୦୮୪୫୫ ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍, ୦୮୫୨୨/୦୮୫୨୧ ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍, ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍, ୦୮୨୬୩/୦୮୨୬୪ ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ଏବଂ ୦୭୨୬୬/୦୭୨୬୫ ବିଶାଖାପାଟନମ୍-କାକିନଡା ବନ୍ଦର-ବିଶାଖାପାଟନମ୍ ବିଶେଷ ଟ୍ରେନ ଦ୍ବାରା ମାସିକ ସିଜିନ ଟିକେଟ୍, ତ୍ରୟମାସିକ ସିଜିନ ଟିକେଟ ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦିଆଯାଇଥିଲା । ଏହି ୧୩ଟି ଟ୍ରେନ ବ୍ୟତୀତ ଯାତ୍ରୀମାନେ ଚଳାଚଳ କରୁଥିବା ଅନ୍ୟ ବିଶେଷ ଟ୍ରେନରେ ମାସିକ ସିଜିନ ଟିକେଟ୍, ତ୍ରୟମାସିକ ସିଜିନ ଟିକେଟରେ ଯାତ୍ରା କରିବାକୁ ଅନୁମତି ଦିଆଯାଇନାହିଁ ।

Leave A Reply

Your email address will not be published.