Latest Odisha News

ଆର୍ୟନଙ୍କୁ ବେଲ୍‌ ନ ମିଳିବା ଯାଏ ଖାଇବେନି ଗୌରୀ

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୨୦ରେ ଆର୍ୟନଙ୍କ ଜାମିନ ଶୁଣାଣି ହୋଇପାରେ। ତେବେ ସୂଚନା ଅନୁଯାୟୀ ଶୁଣାଣି ହେବା ପରେ ହିଁ ମା ଗୌରୀ ଖାଇବେ ବୋଲି ମାନସିକ ରଖିଛନ୍ତି। ଆର୍ୟନଙ୍କ ଜାମିନ ନହେବା ଯାଏ ସେ କୌଣସି ମିଠା ଖାଇବେ ନାହିଁ ବୋଲି କହିଛନ୍ତି। ଦିପାବଳୀ ପୂର୍ବରୁ ଆର୍ୟନଙ୍କୁ ଜାମିନ ମିଳିବା ନେଇ ଶୁଭ ଖବର ମିଳିବ ବୋଲି ଆଶା ରଖିଛନ୍ତି ଶାହାରୁଖ୍‌ ଓ ଗୌରୀ ଖାନ୍‌।

ଅକ୍ଟୋବର ୩ ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଜଡ଼ିତ ଥିବା ଘଟଣାରେ ତାଙ୍କୁ ଗିରଫ କରିଥିଲା। ଏହାପରଠାରୁ ଶାହାରୁଖ୍‌, ଗୌରୀ ଏବଂ ସମଗ୍ର ପରିବାର ପାଇଁ ଏହା ଏକ କଠିନ ସମୟ।

ନବରାତ୍ରୀରେ ମା’‌ ଗୌରୀ ପୁଅ ଆର୍ୟନ ପାଇଁ ମାନସିକ ରଖିଥିଲେ। ଯେ ପର୍ଯ୍ୟନ୍ତ ଆର୍ୟନ ନମୁକୁଳିବେ ସେ ପର୍ଯ୍ୟନ୍ତ ସେ କୌଣସି ମିଠା ଜାତୀୟ ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ତାଙ୍କର ପରିବାର ସଦସ୍ୟଙ୍କଠାରୁ ଖବର ମିଳିଥିଲା।

Comments are closed.