Latest Odisha News

ଅଜୟ ଦେବଗନଙ୍କ ପାଇଁ ଗୀତ ଗାଇବେ ଶ୍ରୀଲଙ୍କାର ଗାୟିକା ୟୋହାନୀ

ମୁମ୍ବାଇ: ଶ୍ରୀଲଙ୍କାର ସେନ୍ସେସନାଲ୍ ସିଙ୍ଗର୍ ୟୋହାନୀ । “ମାନିକେ ମାଗେ ହିଥେ” ଭଳି ଗୀତ ଜରିଆରେ ଏହି କଣ୍ଠଶିଳ୍ପୀ ଜଣକ ଭାରତରେ ହାସଲ କରିଛନ୍ତି ହ୍ୟୁଜ୍ ପପୁଲାରିଟି । ଗୀତଟି ବହୁଳ ମାତ୍ରାରେ ଭାଇରାଲ୍ ହେବା ସହ ବିଗବସ୍ ଭଳି ରିୟାଲିଟି ସୋ’ରେ ୟୋହାନୀ ଗେଷ୍ଟ ଆପିରିଅନ୍ସ ଦେଇଥିଲେ । ତେବେ ଖୁବଶୀଘ୍ର ଏହି ଗାୟିକା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଟି-ସିରିଜ୍ ଦ୍ୱାରା ପ୍ରସ୍ତାବିତ ଏକ ପ୍ରୋଜେକ୍ଟକୁ ୟୋହାନୀ ହଁ ଭରିଛନ୍ତି । ନିଜ ଭାଇରାଲ ଗୀତର ହିନ୍ଦୀ ଭର୍ସନକୁ ସେ ଅଜୟ ଦେବଗନଙ୍କ ଫିଲ୍ମ ଥ୍ୟାଙ୍କ ଗଡ୍ରେ ଗାଇବେ । ଏ ନେଇ ଖୋଦ ଟି-ସିରିଜ୍ କମ୍ପାନୀ ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟରେ ମଧ୍ୟ କନଫର୍ମ କରିଛି ।

 

View this post on Instagram

 

A post shared by T-Series (@tseries.official)

ଭୂଷଣ କୁମାର ଓ ଇନ୍ଦ୍ର କୁମାରଙ୍କ ସହ ମିଳିତ ଭାବେ ୟୋହାନୀ ମାନିକେ ମାଗେ ହିଥେ ଗୀତର ହିନ୍ଦୀ ଭର୍ସନ ରିକ୍ରିଏଟ୍ କରିବେ । ଅନ୍ୟପଟେ ବଲିଉଡରେ ଡେବ୍ୟୁ କରିବା ନେଇ ୟୋହାନୀ ମଧ୍ୟ ଖୁବ ଏକ୍ସାଇଟେଡ୍ ଥିବା ଜଣାପଡିଛି । ଆଗାମୀ ବର୍ଷ ଏହି ଗୀତଟି ଦର୍ଶକଙ୍କ ସାମ୍ନାକୁ ଆସିବ । ଯାହାକୁ ତାନିସ୍କ ବାଗ୍ଚୀ କମ୍ପୋଜ କରିବା ସହ ଲିରିକ୍ସ ଭାର ସମ୍ଭାଳିବେ ରଶ୍ମୀ ଭିରାଗ । ଫିଲ୍ମ ଥ୍ୟାଙ୍କ ଗଡରେ ଏହି ଗୀତଟି ପିକ୍ଚରାଇଜ କରାଯିବ । ଯେଉଁଥିରେ ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ ପ୍ରୀତଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.