Latest Odisha News

BREAKING NEWS

ଋଷରେ ପାକିସ୍ତାନର ଇଜ୍ଜତ ଗଲା

ଓଡ଼ିଶା ସମ୍ବାଦ ବ୍ୟୁରୋ : ଋଷିଆରେ ପୁଣି ଥରେ ଅସମ୍ମାନର ଶିକାର ହୋଇଛି ପାକିସ୍ତାନ । ଆଫଗାନିସ୍ତାନ ସ୍ଥିତିକୁ ନେଇ ଋଷିଆରେ ଡକାଯାଇଥିଲା ବୈଠକ। ଋଷ୍‌ର ରାଜଧାନୀ ମସ୍କୋରେ ଏକ ବୈଠକ ଡକା ଯାଇଥିଲା । ଆଉ ଏହି ବୈଠକରେ ଭାରତ, ଚୀନ, ଇରାନ ଓ ଆମେରିକା ଭଳି ଦେଶ ଉପସ୍ଥିତ ଥିଲେ । ଏକ ଗମ୍ଭୀର ମାମଲାକୁ ନେଇ ଆଲୋଚନା ଚାଲିଥିବା ବେଳେ ପାକିସ୍ତାନୀ ଅଧିକାରୀ ନିଜ ଦେଶର ବର୍ତ୍ତମାନ ସ୍ଥିତି ବିଷୟରେ କଥାବର୍ତ୍ତା ହେଉଥିଲେ । ଆଉ ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ବୈଠକ ଶେଷ ହେବା ପରେ ପାକିସ୍ତାନର ଦୁଇ ଅଧିକାରୀ ନିଜ ଦେଶରେ ମାନବଧିକାର ମନ୍ତ୍ରୀ ସିରିନ ମଜାରୀ ଓ ତାଙ୍କ ଝିଅ ମଧ୍ୟରେ ହୋଇଥିବା ଟ୍ୱିଟର ବିବାଦ ବିଷୟରେ ଆଲୋଚନା କରୁଥିଲେ । ଏହି କଥା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସେମାନେ ମାଇକ ବନ୍ଦ ନକରି ଏହି କଥା ଆଲୋଚନା କରୁଥିଲେ । ଫଳରେ ସବୁ ଦେଶ ସାମ୍ନାରେ ପାକିସ୍ତାନର ଅଧିକାରୀଙ୍କୁ ଅପଦସ୍ତ ହେବାକୁ ପଡ଼ିଥିଲା।

Leave A Reply

Your email address will not be published.