Latest Odisha News

BREAKING NEWS

‘ଉଡ୍ର’ ପକ୍ଷରୁ କୁମାର ଉତ୍ସବ ଉଦଯାପିତ, ମନମୋହିଲା ଓଡ଼ିଶୀ ନୃତ୍ୟ

ଭୁବନେଶ୍ବର : ଉଦଯାପିତ ହୋଇଛି ଉତ୍କଳ ଡ୍ୟାନ୍ସ ଆଣ୍ଡ ରିସର୍ଚ୍ଚ ଏକାଡେମୀ ପକ୍ଷରୁ ଆୟୋଜିତ ଅଷ୍ଟାଦଶ କୁମାର ଉତ୍ସବ । ଉତ୍ସବର ଦ୍ବିତୀୟ ସଂଧାରେ ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ, ଖଲ୍ଲିକୋଟ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ଆହୁତି ବରାଳ, ‘ଉଡ୍ର’ ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଂସ୍କୃତି ମନ୍ତ୍ରୀ ଶରତ ରାଉତ, ‘ଉଡ୍ର’ ଅଧ୍ୟକ୍ଷ ବଟକୃଷ୍ଣ ତ୍ରିପାଠୀ ଓ ୟୁନିସେ୍ଫ୍ ଅଧିକାରୀ ଲୋପାମୁଦ୍ରା ତ୍ରିପାଠୀ ପ୍ରମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

‘ଆହେ ନୀଳ ଶଇଳ’ର ମନଛୁଆଁ ଉପସ୍ଥାପନାରୁ ଆରମ୍ଭ ହୋଇଥିଲା ନୃତ୍ୟ ସଂଧ୍ୟା । ପରେ ଗୁରୁ ରମେଶ ଜେନାଙ୍କ ପରିବେଷଣ ‘ପ୍ରକୃତି-ପୁରୁଷ’ ଅର୍ଦ୍ଧନାରୀଶ୍ବର ଚେତନାର ବିସ୍ତାର କରିଥିଲା । ନୃତ୍ୟାଚର୍ଯ୍ୟ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ସଂଯୋଜନା ପ୍ରସ୍ତୁତ ଅଭିନୟ ‘ଜଣେ କେହି ମୋ ସଙ୍ଗେ ଆସ’କୁ ନିଖୁଣ ଭାବେ ପରଶି ଦେଇଥିଲେ ଶିଳ୍ପୀ ଗାୟତ୍ରୀ ରଣବୀର । ଶେଷରେ ରୁଦ୍ରାକ୍ଷ ଫାଉଣ୍ଡେସନର ଶିଳ୍ପୀ ଦଳଗତ ଉପସ୍ଥାପନାରେ ମଞ୍ଚସ୍ଥ କରିଥିଲେ ‘ଚକ୍ରବ୍ୟୁହ’ ।

Leave A Reply

Your email address will not be published.