Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: ସୁପର ୧୨ରେ ବାଂଲାଦେଶ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ସୁପର ୧୨ର ଟିକେଟ କାଟିଛି ବାଂଲାଦେଶ । ଗୁରୁବାର ଏଠାରେ ଅନୁଷ୍ଠିତ ପାପୁଆ ନିଉ ଗିନି ବିପକ୍ଷ ମ୍ୟାଚରେ ବାଂଲାଦେଶ ଚମତ୍କାର ପ୍ରଦର୍ଶନ କରି ୮୪ ରନରେ ବିଜୟୀ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ କରିଥିଲା । ଅଧିନାୟକ ମହମ୍ମୁଦାଲ୍ଲା ୫୦ ଓ ଶାକିବ ଉଲ ହାସନ ୪୬ ରନର ଇନିଂସ ଖେଳିଥିଲେ । ଜବାବରେ ପାପୁଆ ନିଉ ଗିନି ୧୯.୭ ଓଭରରେ ୯୭ ରନ କରି ଅଲଆଉଟ ହୋଇ ଯାଇଥିଲା । କିପଲିନ ଡୋରିଗା ଏକାକୀ ୪୬ ରନ କରିଥିଲେ ।

ବାଂଲାଦେଶ ପକ୍ଷରୁ ଶାକିବ ମାତ୍ର ୯ ରନରେ ୪ଟି ଉଇକେଟ ନେଇଥିଲେ । ଅନ୍ୟ ସଫଳ ବୋଲର ଭାବେ ତସ୍କିନ ଅହମ୍ମଦ ଓ ମହମ୍ମଦ ସୈଫୁଦ୍ଦିନ ୨ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ । ପାପୁଆ ନିଉ ଗିନିର ଅଭିଯାନ ଶେଷ ହୋଇଛି ।

Leave A Reply

Your email address will not be published.