ପୁରୀ: ଆଜି ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚ୍। ଏଥିପାଇଁ ଫ୍ୟାନଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଭାରତର କୋଟି କୋଟି ଲୋକ ଅପେକ୍ଷା କରିଥିବାବେଳେ ଭାରତୀୟ ଦଳର ବିଜୟ କାମନା ମଧ୍ୟ କରିଛନ୍ତି। ଟିମ୍ ଇଣ୍ଡିଆର ବିଜୟ ନେଇ ସମସ୍ତେ ଭିନ୍ନ ଭିନ୍ନ ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି।
ଏହି ମଧ୍ୟରେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ର କଳା ପ୍ରଦର୍ଶନ କରିଛନ୍ତି। ବାଲୁକା ଚିତ୍ର କଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ଯାହାକୁ ଦେଖିବାକୁ ପୁରୀ ବେଳାଭୂମିରେ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।