Latest Odisha News

BREAKING NEWS

କୋହଲି, ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ: ପାକିସ୍ତାନ ସମ୍ମୁଖରେ ୧୫୨ ରନର ଟାର୍ଗେଟ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ଆଜି ହାଇ ଭୋଲଟେଜ ମୁକାବିଲାରେ ଅଧିନାୟକ ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ(୫୭ରନ,୪୯ବଲ) ଏବଂ ରିଷଭ ପନ୍ତଙ୍କ ୩୯ ରନ ସହାୟତାରେ ଭାରତ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସମ୍ମୁଖରେ ୧୫୨ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ପାକିସ୍ତାନ ଅଧିନାୟକ ବାବର ଆଜାମ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଶାହୀନ ଶାହ ଆଫ୍ରିଦୀ ଚମତ୍କାର ବୋଲିଂ କରି ରୋହିତ ଶର୍ମା(୦) ଓ କେଏଲ ରାହୁଲ(୩)ଙ୍କ ଉଇକେଟ ଅକ୍ତିଆର କରିଥିଲେ । ଏହାର କିଛି ସମୟ ପରେ ସୂର୍ଯ୍ୟକୁମାର ଯାଦବ ୧୧ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ୩୧ ରନରେ ୩ଟି ଉଇକେଟ ହରାଇବା ପରେ କୋହଲି ଏବଂ ରିଷଭ ପନ୍ତ ଧୈର୍ଯ୍ୟ ସହକାରେ ଖେଳି ୪ର୍ଥ ଉଇକେଟରେ ୫୩ ରନ ଯୋଗ କରିଥିଲେ । ପନ୍ତ ୩୯ ରନ କରି ଆଉଟ ହୋଇଥିଲେ । କୋହଲି କ୍ରିଜରେ ରହିବା ସହ ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । କୋହଲି ୫୭ ରନ କରି ଆଫ୍ରିଦୀଙ୍କ ତୃତୀୟ ଶୀକାର ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା(୧୩), ହାର୍ଦ୍ଦିକ ପାଣ୍ଡ୍ୟା(୧୧) ରନ କରିଥିଲେ ।

ପାକିସ୍ତାନର ଆଫ୍ରିଦୀ ୩ଟି, ହାସନ ଅଲୀ ୨ଟି ଏବଂ ଶାଦବ ଖାଁ ଓ ହ୍ୟାରିଣ ରୌଫ ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ । କୋହଲି ଟି୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ଆଉଟ ହୋଇଛନ୍ତି ।

Leave A Reply

Your email address will not be published.