Latest Odisha News

ଆର୍ଯ୍ୟନ ଡ୍ରଗ୍ସ କେସ: ଶାହାରୁଖଙ୍କ ଫିଲ୍ମରୁ ଓହରିଲେ ନୟନତାରା

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି ପୁତ୍ର ଆର୍ଯ୍ୟନଙ୍କ ଡ୍ରଗ୍ସ କେସ । ପୁତ୍ର ଜେଲରେ ଥିବାରୁ ଶାହାରୁଖ ତାଙ୍କର କେତେଗୁଡିଏ ଫିଲ୍ମର ଶୁଟିଂ ଘୁଂଚାଇଛନ୍ତି । ଏହା ଅନ୍ୟମାନଙ୍କ ଶୁଟିଂ ଡେଟକୁ ପ୍ରଭାବିତ କରୁଛି । ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଅଟଲୀଙ୍କ ଆଗାମୀ ଫିଲ୍ମ ଲାୟନରୁ ଏଥିନେଇ ନୟନତାରା ଓହରି ଯାଇଥିବା ନେଇ ଇଣ୍ଡିଆ ଗ୍ଲିଟଜରେ ଖବର ପ୍ରକାଶ ପାଇଛି ।

ବିଧିବଦ୍ଧ ଭାବେ ଏ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ । ଶାହାରୁଖ ଓ ନୟନତାରାଙ୍କ ଯୋଡି ଫିଲ୍ମରେ ଧମାଲ ମଚାଇବା ବୋଲି ଆଶା କରାଯାଉଥିଲା । ନୟନତାରାଙ୍କ ସ୍ଥାନରେ ସାମନ୍ଥା ଏହି ଫିଲ୍ମରେ ଅଭିନୟ କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.