Latest Odisha News

ମାଲକାନଗିରିରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ ,୮ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅର୍କେଲ ଥାନା ପୋଲିସକୁ ସଫଳତା । ଅର୍କେଲ ଥାନା ଅଞ୍ଚଳରେ ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛି। ଚଢଉ ବେଳେ ନଗଦ ୩୬ ହଜାର ୭୮୦ ଟଙ୍କା ସହ ୮ ଟି ମୋବାଇଲ ଫୋନ, ଗୋଟିଏ କାରକୁ ଜବତ କରିଛି ପୋଲିସ ।

ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ କରିଥିବା ନେଇ ଚିତ୍ରକୋଣ୍ଡା ଏସ.ଡି.ପିଓ ଅଶୁଂମାନ ଦ୍ୱିବେଦୀ ସୂଚନା ଦେଇଛନ୍ତି। ଅର୍କେଲ ଥାନା ଅଞ୍ଚଳରେ ବେଆଇନ ଜୁଆ ଆଡ୍ଡା ଚାଲୁଥିବା ନେଇ ବିଶେଷ ସୂଚନା ମିଳିବା ପରେ ଚିତ୍ରକୋଣ୍ଡା ଏସ.ଡି.ପି.ଓ ଓ ଅର୍କେଲ ଥାନା ଅଧିକାରୀ ଜନଖୁଜୁରଙ୍କ ସହ ପୋଲିସର ସ୍ୱତନ୍ତ୍ର ଟିମ୍ ଏହି ଚଢାଉ କରି ଅଭିଯୁକ୍ତଙ୍କୁ ଧରିଥିଲେ ।

Leave A Reply

Your email address will not be published.