ପୁରୀ : ପୁରୀରେ ଅଭାବନୀୟ ଘଟଣା । ବିଲ ଭିତରେ ପଡ଼ିଛି ମୃତଦେହ । ସଦର ଥାନା ଅନ୍ତର୍ଗତ ପାଇକ ସାହି ଅଞ୍ଚଳରେ ଦେଖିବାକୁ ମିଳିଛି ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ । ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁରୀ ସଦର ଓ ଚନ୍ଦନପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ, କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ସେ ନେଇ ପୋଲିସ ଅନୁସନ୍ଧାନ ଚଳାଇଛି । ତେବେ ବିଲ ଭିତରେ ଏହି ବ୍ୟକ୍ତିଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସେପଟେ ଏହା ହତ୍ୟା ନା ଅନ୍ୟ କିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
BREAKING NEWS
- Nathan Thomas: ମାତ୍ର ୧୮ ବର୍ଷ ବୟସରେ ପ୍ରଫେସର, ଭାଙ୍ଗିଲେ ୩୦୬ ବର୍ଷର ବିଶ୍ୱ ରେକର୍ଡ!
- ଖଣ୍ଡ ଖଣ୍ଡ ପାକିସ୍ତାନ, ଅଗଷ୍ଟ ୧୧ରେ ସ୍ୱାଧୀନତା ଦିବସ ପାଳିବ ବେଲୁଚିସ୍ତାନ
- ହଠାତ୍ ବନ୍ଦ ହୋଇଗଲା କି ଆପଣଙ୍କ WhatsApp? ଆପଣ ବି କରୁନାହାନ୍ତି ତ ଏହି ଭୁଲ?
- Starship Floating: ଭାରତ ମହାସାଗରରେ ଭାସୁଥିବା ଷ୍ଟାରସିପ୍! ସାଟେଲାଇଟ୍ରେ କଏଦ ହେଲା ସ୍ପେସ୍ ଏକ୍ସର ଐତିହାସିକ ଉଦ୍ଧାର ଅଭିଯାନ
- ବନ୍ଧୁକ ମୁନରେ ଲୁଟିନେଲେ ସୁନା, ରୁପା ସହ ଲକ୍ଷାଧିକ ଟଙ୍କା
- କନ୍ୟା ସନ୍ତାନ ଜନ୍ମ ହାର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ୫ଟି ପଛୁଆ ଜିଲ୍ଲାକୁ ସ୍ୱତନ୍ତ୍ର ନିର୍ଦ୍ଦେଶ
- ୧.୨ କୋଟିର କଫ ସିରଫ ଜବତ, ୨ ଗିରଫ
- ‘୧୦୦% ଖାଣ୍ଟି’ ଦାବି କରି ଫସିଲା ଡାବର: ମହୁ, ଘିଅ ସମେତ ଅନେକ ଉତ୍ପାଦ ଉପରେ FSSAIର କଟକଣା
- ‘ପୀଡ଼ିତା’ ନୁହେଁ ‘ସର୍ଭାଇଭର’: ଯୌନ ଅପରାଧ ମାମଲାରେ ଲିଙ୍ଗଗତ ସମ୍ବେଦନଶୀଳ ଶବ୍ଦ ବ୍ୟବହାର ପାଇଁ ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକା
- ଚାନ୍ଦିପୁରା ଭାଇରସ୍ରେ ୨୨ ପିଲାଙ୍କ ମୃତ୍ୟୁ
Comments are closed.