Latest Odisha News

BREAKING NEWS

ହସରଙ୍ଗାଙ୍କ ହ୍ୟାଟ୍ରିକକୁ ବଳିଗଲା କିଲର ମିଲରଙ୍କ ଡବଲ ଛକା

ଶାରଜା: ଶେଷ ଓଭରରେ କିଲର ମିଲର(ଡେଭିଡ ମିଲର)ଙ୍କ ଡବଲ ଛକା ବଳରେ ଟି୨୦ ବିଶ୍ୱକପ କ୍ରିକେଟର ଆଜି ଅନୁଷ୍ଠିତ ରାମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୧୪୨ ରନ କରିଥିଲା । ପାଥୁମ ନିଶାଙ୍କ ୭୨ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଟଭରେଜ ଶାମସି ଓ ଡ୍ୱେନ ପ୍ରିଟୋରିୟସ ୩ଟି ଲେଖାଁଏ ଉଇକେଟ ନେଇଥିଲେ । ୧୪୩ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ସତର୍କତାର ସହ ପିଛା କରିଥିଲା । ତେବେ ବାନିନ୍ଦୁ ହସରଙ୍ଗାଙ୍କ ହ୍ୟାଟ୍ରିକ ଦକ୍ଷିଣ ଆଫ୍ରିକାକୁ ସଙ୍କଟରେ ପକାଇ ଦେଇଥିଲା ।

ହସରଙ୍ଗ ଟି୨୦ ବିଶ୍ୱକପରେ ତୃତୀୟ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିଥିଲେ । ଶେଷ ୨ ଓଭରରେ ଦକ୍ଷିଣ ଆଫ୍ରିକା ବିଜୟ ପାଇଁ ୨୫ ରନ ଆବଶ୍ୟକ କରୁଥିଲା । ମିଲର ଶେଷ ଓଭରରେ ୨ଟି ଛକା ମାରି ମ୍ୟାଚକୁ ଜିତାଇଥିଲେ । ସେ ୨୩ ଏବଂ ରାବାଡା ୧୩ ରନ କରି ନଟଆଉଟ ରହିଥିଲେ । ଟେମ୍ବା ବାଭୁମା ଦଳପକ୍ଷରୁ ସର୍ବାଧିକ ୪୬ ରନ କରିଥିଲେ ।

Leave A Reply

Your email address will not be published.