Latest Odisha News

ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

କଳାହାଣ୍ଡି: କଳାହାଣ୍ଡିରେ ଅଭାବନୀୟ ଘଟଣା। ଜୟପାଟଣା ଥାନା କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଥିବା ଢ଼ୁଲୁଘାଟିରେ ଓଲଟିଲା ଟ୍ରାକ୍ଟର। ଟ୍ରାକ୍ଟର ଡ୍ରାଇଭର ଅକୁର ପୁଝାରୀଙ୍କ ମୃତ୍ୟୁ ହୋଇଛି। ଗାଡ଼ି ମାଲିକ ଚାଚିଗୁଡ଼ା ଗ୍ରାମର ମଞ୍ଜିତ ନାଗ ବୋଲି ଜଣାପଡ଼ିଛି।

ଜୟପାଟାଣା ପୋଲିସ ମୃତଦେହ ଜବତ କରି ପରବାରକୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ଅପମୃତ ମାମଲା ରୁଜୁ କରିଛି।

Comments are closed.