ଭୁବନେଶ୍ୱର : ଟ୍ରେନ୍ରେ ବାଣ ପରିବହନ ମନା । ଟ୍ରେନ୍ରେ ବାଣ ପରିବହନ ଉପରେ କଟକଣା ଲଗାଯାଇଛି । ଦୀପାବଳିକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ୍ରେ ବାଣ ପରିବହନ ଉପରେ କଟକଣା ଲଗାଯାଇଛି । ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରାସିନି ଆଦି ଜ୍ୱଳନ୍ତ ତଥା ବିସ୍ଫୋରକ ସାମଗ୍ରୀ ପରିବହନ କରିବାକୁ ବାରଣ କରାଯାଇଛି ।
ରେଳବାଇ ଅଧିନିୟମ-୧୯୮୯ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ ଅଟେ। ଅପରାଧୀଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ନିଜେ ଏଭଳି ସାମଗ୍ରୀ ପରିବହନ ନ କରିବା ସହ ସହଯାତ୍ରୀଙ୍କୁ ମଧ୍ୟ ବାରଣ କରିବାକୁ କୁହାଯାଇଛି ।
ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ସମସ୍ତ ୩ଟି ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧାରୋଡ୍, ସମ୍ବଲପୁର ଓ ୱାଲ୍ଟେୟାର୍କୁ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛି ।
ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଘଟଣା ବିଷୟରେ ଜଣାଇବାକୁ ହେଲ୍ପଲାଇନ୍ ନମ୍ବର ୧୩୯ ଜାରି ହୋଇଛି। ଏହାବ୍ୟତୀତ ଷ୍ଟେସନ୍ରେ ସର୍ବସାଧାରଣ ଘୋଷଣା ବ୍ୟବସ୍ଥା ମାଧ୍ୟମରେ ଯାତ୍ରୀଙ୍କୁ ସଚେତନ କରିବା ପାଇଁ ସଚେତନତା ଅଭିଯାନ ମଧ୍ୟ ଚାଲିଛି।
Comments are closed.