Latest Odisha News

ଜାମ୍ମୁ କାଶ୍ମୀରରେ ଗଠନ ହେଲା ସୁରକ୍ଷା ଏଜେନ୍ସି ଏସଆଇଏ, ଘାଟିରୁ ହେବ ଆଙ୍କବାଦୀଙ୍କ ନିପାତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ସରକାର ଆତଙ୍କବାଦ ସହିତ ସମ୍ବନ୍ଧିତ ମାମଲାକୁ ଶୀଘ୍ର ଏବଂ ପ୍ରଭାବଶାଳୀ ତଦନ୍ତ ପାଇଁ ଗୋଟିଏ ନୂଆ ଅନୁସନ୍ଧାନକାରୀ ସଂସ୍ଥା ଏଜେନ୍ସି ଏସଆଇଏ ଗଠନ କରିଛନ୍ତି। ଏହି ଅନୁସନ୍ଧାନ ଏଜେନ୍ସିକୁ ନେଇ ସରକାର କହିଛନ୍ତି କି ଏସଆଇଏ ଦେଶର ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ସହିତ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ସହ ସମନ୍ୱୟ ରକ୍ଷା କରିବା ପାଇଁ ନୋଡ଼ଲ ଏଜେନ୍ସି ହେବ। ଜାମ୍ମୁ କାଶ୍ମୀର ପୋଲିସର ସିଆଇଡ଼ି ୱିଙ୍ଗର ପ୍ରମୁଖ ହିଁ ଏସଆଇଏର ନିର୍ଦ୍ଦେଶକ ରହିବେ।

ଏସଆଇଏ ସେହି ସବୁ ମାମଲାକୁ ତଦନ୍ତ କରିବ, ଯାହାଏନଆଇଏକୁ ପଠାଯାଇନାହିଁ। ପୋଲିସ ମହାନିର୍ଦ୍ଦେଶକ କୌଣସି ଅନୁସନ୍ଧାନ ସମୟରେ ମାମଲାକୁ ଏସଆଇଏକୁ ଦେବା ପାଇଁ ଅଧିକାର ରହିବ। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ଜାମ୍ମୁ ଏବଂ କାଶ୍ମୀର ଯାଇଥିବା ସମୟରେ ୧୦ଦିନ ପରେ ନୂଆ ଏଜେନ୍ସିର ଘୋଷଣା କରାଯାଇଛି।

ସମସ୍ତ ପୋଲିସ ଥାନାକୁ ଆତଙ୍କ ସମ୍ବନ୍ଧର କିଛି ବି ମାମଲାକୁ ପଞ୍ଜୀକୃତ କରିବା ପରେ ଓ ତଦନ୍ତ କରିବାବେଳେ ଆତଙ୍କବାଦର ସମ୍ପୃକ୍ତି ଥିବା କିଛି ବି ପ୍ରମାଣ ମିଳିବା ମାତ୍ରେ ଏସଆଇଏକୁ ସୂଚନା ଜଣାଇବେ। ଏସଆଇଏ ସମସ୍ତ ପ୍ରକାର ଆତଙ୍କବାଦର ଗତିବିଧି, ଆତଙ୍କବାଦୀଙ୍କୁ ଆର୍ଥିକ ସାହାଯ୍ୟ, ନକଲୀ ନୋଟ୍, ଆତଙ୍କ ସହ ଯୋଡ଼ିଥିବା ଏନଡ଼ିପିଏସ ମାମଲା, ଅପହରଣ ଏବଂ ହତ୍ୟା ଓ ଭାରତ ସରକାରଙ୍କ ବିରୁଦ୍ଧରେ ମିଛ ପ୍ରଚାର ଆଦି ମାମଲାକୁ ଅନୁସନ୍ଧାନ କରିବେ।

ଏସଆଇଏରେ କାମ କରୁଥିବା ସମସ୍ତ ଅଧିକାର ଏବଂ କର୍ମୀଙ୍କୁ ମୌଳିକ ବେତନ ଉପରେ ୨୫ ପ୍ରତିଶତ ଅଧିକ ରାଶି ବିଶେଷ ପ୍ରୋତ୍ସାହନଭାବେ ଦିଆଯିବ। ଜାମ୍ମୁକାଶ୍ମୀର ସରକାର ଏସଆଇଏ ଗଠନ କରିବାର ପଦକ୍ଷେପ ଏହି ସମୟରେ ନେଇଛନ୍ତି ଯେଉଁ ସମୟରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢ଼ିଛି। ଆତଙ୍କବାଦୀଙ୍କ କାର୍ଯ୍ୟକଳାପରେ ଅକ୍ଟୋବରରେ ୪୧ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୨ଜଣ ସାଧାରଣ ନାଗରିକ, ୯ଯବାନ ଏବଂ ୨୦ଜଣ ଆତଙ୍କବାଦୀ ଅଛନ୍ତି।

Leave A Reply

Your email address will not be published.