Latest Odisha News

BREAKING NEWS

ଏପ୍ରିଲ୍ ୧୮ରେ ଓଡିଶା ଆସୁଛନ୍ତି ନିତିନ ଗଡକରୀ ଓ ଉମା ଭାରତୀ

ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏପ୍ରିଲ୍ ୧୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଉମା ଭାରତୀ ।

ଉମା ଭାରତୀ କଟକ ସଦର, ଚୌଦ୍ୱାର ଓ ସତ୍ୟବାଦୀ ଅଞ୍ଚଳରେ ନିର୍ବାଚନୀ ର‌୍ୟାଲିରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଗଡକରୀ ମଧ୍ୟ ୩ଟି ସଂସଦୀୟ କ୍ଷେତ୍ରରେ ଆୟୋଜିତ ସାର୍ବଜୈନିକ ସଭାରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଲାଗି ଏପ୍ରିଲ୍ ୨୭ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ ବରୁଆରେ ଏକ ଜନସଭାରେ ଉଦବୋଧନ ଦେବେ ।

ତାଙ୍କ ଗସ୍ତସୁଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସେଠାରୁ ଗଙ୍ଗନଗର ଓ ଓୟୁଏଟି ପରିସର ଦେଇ ବରମୁଣ୍ଡା ପଡିଆରେ ପହଞ୍ଚିବେ । ପରବର୍ତ୍ତୀ ସମୟରେ ମୋଦୀ ସେଠାରେ ଏକ ରୋଡ ଶୋ’ କରିବେ ।

Leave A Reply

Your email address will not be published.