Latest Odisha News

ପ୍ରଶଂସକଙ୍କ ପାଗଳାମୀ: ପୁନୀତଙ୍କ ପରି ନେତ୍ରଦାନ କରିବା ପାଇଁ ୩ ଜୀବନ ହାରିଲେ

ବାଙ୍ଗାଲୋର: କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ମୃତ୍ୟୁ ପରେ ତାଙ୍କ ଆଖିରେ ୪ଜଣ ଦୁନିଆ ଦେଖିଥିଲେ । ଏହାର ପ୍ରଭାବ ପ୍ରଶଂସକଙ୍କ ଉପରେ ଏତେ ମାତ୍ରାରେ ପଡିଥିଲା ରାଜକୁମାରଙ୍କ ପରି ନେତ୍ରଦାନ କରିବା ପାଇଁ ୩ଜଣ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି । ସେମାନେ ହେଲେ ରାଜେନ୍ଦ୍ର(୨୪), ଭେଙ୍କଟେଶ (୨୬) ଓ ଭରତ । ଏ ପର୍ଯ୍ୟନ୍ତ ୧୦ଜଣ ପ୍ରଶଂସକ ତାଙ୍କ ପ୍ରିୟ ଷ୍ଟାର ପାଇଁ ଜୀବନ ହାରି ସାରିଛନ୍ତି ।

କର୍ଣ୍ଣାଟକରେ ସପ୍ତାହକ ମଧ୍ୟରେ ଆଇ ଡୋନର୍ସଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢ଼ିଛି । ଏବେ ପ୍ରାୟ ପ୍ରତିଦିନ ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆଖି ଦାନ କରିବା ପାଇଁ ଆବେଦନ କରୁଛନ୍ତି ବୋଲି ନାରାୟଣ ନେତ୍ରାଳୟର ଡାକ୍ତର ଭୁଜଙ୍ଗ ସେଟ୍ଟୀ କହିଛନ୍ତି । ଏହି ଅବସରରେ ସେ ପୁନୀତଙ୍କ ମୃତ୍ୟୁରେ ନିରାଶ ହୋଇ କୌଣସି ପ୍ରକାର ଭୁଲ ପଦକ୍ଷେପ ନ ନେବା ପାଇଁ କହିଛନ୍ତି ।

Comments are closed.