ଭୁବନେଶ୍ବର: ଗତ କାଲିଠାରୁ ଆଜି ରାଜ୍ୟରେ ସାମାନ୍ୟ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୫୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୭୪ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍ରୁ ଥିବା ବେଳେ ୧୨୨ଟି ଲୋକାଲ୍ କେସ୍ ରହିଛି।
ସେହିପରି ବାଲେଶ୍ବରରୁ ୪, ଭଦ୍ରକରୁ ୪, ବଲାଙ୍ଗୀରରୁ ୨, କଟକରୁ ୨୩, ଦେଓଗଡରୁ ୫, ଢେଙ୍କାନାଳରୁ ୧, ଗଜପତିରୁ ୧୦, ଜଗତସିଂହପୁରରୁ ୩, ଯାଜପୁରରୁ ୧୪, ଝାରସୁଗୁଡାରୁ ୧, କେନ୍ଦ୍ରାପଡ଼ାରୁ ୧, ଖୋର୍ଦ୍ଧାରୁ ୧୫୨, କୋରାପୁଟରୁ ୧, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୪, ନବରଙ୍ଗପୁରରୁ ୧ ନୟାଗଡରୁ ୧, ପୁରୀରୁ ୧, ରାୟଗଡାରୁ ୧, ସମ୍ବଲପୁରରୁ ୪, ସୁନ୍ଦରଗଡରୁ ୨୩ ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
Comments are closed.