Latest Odisha News

BREAKING NEWS

ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ ଫିଲ୍ମ ‘ସୂର୍ଯ୍ୟବଂଶୀ’

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ବିଗ୍‌ ବଜେଟ୍ ମୁଭି ସୂର୍ଯ୍ୟବଂଶୀ ନଭେମ୍ବର ୫ରେ ମୁକ୍ତିଲାଭ କରିଥିଲା। ଫିଲ୍ମକୁ ଦର୍ଶକଙ୍କ ପ୍ରଶଂସା ମଧ୍ୟ ମିଳିଥିଲା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଶେଟ୍ଟୀ। ସୂର୍ଯ୍ୟବଂଶୀ ନିର୍ମାତାମାନେ ଏହାର ଓଟିଟି ରିଲିଜ୍ ପାଇଁ ନେଟଫ୍ଲିକ୍ସ ସହିତ ଏକ ବଡ଼ ଚୁକ୍ତି କରିଛନ୍ତି।

କ୍ୟାଟ୍ରିନା କୈଫ, ଅଜୟ ଦେବଗନ ଏବଂ ରଣବୀର ସିଂଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ପେକ୍ଷାଳୟ ରିଲିଜ ହେବାର ଚାରି ସପ୍ତାହ ପରେ ଡିସେମ୍ବରରେ ନେଟଫ୍ଲିକ୍ସରେ ରିଲିଜ କରିବ।

ସୂର୍ଯ୍ୟବଂଶୀ ଭାରତର ୩୫୦୦ ରୁ ଅଧିକ ପରଦାରେ ଏବଂ ବିଦେଶରେ ୧୩୦୦ ପରଦାରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନରେ ଫିଲ୍ମ ୨୬ କୋଟି ଟଙ୍କା ରୋଜଗାର କରିଥିଲା ଏବଂ ବର୍ତ୍ତମାନ ସାରା ବିଶ୍ୱରେ ୧୦୦ କୋଟି ଅତିକ୍ରମ କରିଛି।

Leave A Reply

Your email address will not be published.