Latest Odisha News

BREAKING NEWS

[ଭିଡ଼ିଓ] ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା …

ଯାଜପୁର : ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ହେଲେ କିଛି ସ୍ଥାନରେ ଏଥିରୁ ବଂଚିତ ରହୁଛନ୍ତି ବହୁ ଲୋକ । ଏମିତି କିଛି ଦୃଶ୍ୟ ଦେଖିବାକ ମିଳିଛି ଯାଜପୁର ମଧୁସୂଦନପୁର ଗାଁରେ । ମଧୁସୂଦନପୁର ପଞ୍ଚାୟତର ବାବୁଲା ମଲ୍ଲିକ ଦୀର୍ଘଦିନ ଧରି ଶଯ୍ୟାଶାୟୀ ହୋଇ ଦିନ କାଟୁଛନ୍ତି ।

ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିବା ବେଳେ ମୁଠାଏ ଦାନା ମିଳିବା ବି କଷ୍ଟକର ହୋଇପଡ଼ିଛି । ପରିବାର ଓଳିଏ ଖାଇଲେ ଓଳିଏ ଓପାସ ରହୁଥିବା ବେଳେ ଚିକିତ୍ସା ପ।ଇଁ କିଛି ସହାୟତା ଅପେକ୍ଷାରେ ରହିଛି ପରିବାର ।

ବାବୁଲା ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କୁ ୩ ଚକିଆ ଗାଡି ପର୍ୟ୍ୟନ୍ତ ମିଳିପାରିନାହିଁ । ସେପଟେ ଏ ନେଇ ଖୁବଶିଘ୍ର କିଛି ସହଯୋଗ କରାଯିବାର ମିଳିଛି ପ୍ରତିଶ୍ରୁତି।

ଅଭାବ ଅନଟନ ଭିତରେ ଜୀବନ ଜୀଉଁଥିବା ପରିବାରକୁ କିଛି ସହାୟତା ମିଳିପାରିଲେ ବାବୁଲାଙ୍କ ଚିକିତ୍ସା ସହ ପରିବାର ଉପକୃତ ହୋଇପାରିବେ।t;

Leave A Reply

Your email address will not be published.