Latest Odisha News

BREAKING NEWS

ପୁଣି ଚାଲିଲା ନାଟ, ପୁନମ ପାଣ୍ଡେଙ୍କ ସ୍ୱାମୀ ଗିରଫ

ମୁମ୍ବାଇ: ବଲିଉଡର ବିବାଦୀୟ ତଥା ବୋଲ୍ଡ ଅଭିନେତ୍ରୀ ପୁନମ ପାଣ୍ଡେ । ଅଶ୍ଳୀଳ ଫିଲ୍ମରେ ଅଭିନୟ, ଅପ୍ରୀତିକର ମନ୍ତବ୍ୟ ଓ ସାମ୍ ବମ୍ବେଙ୍କ ସହ ତାଙ୍କ ବିବାଦୀୟ ବୈବାହିକ ଜୀବନକୁ ନେଇ ଏହି ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ନିକଟରେ ପୁନମଙ୍କୁ ମାଡ ମାରିବା ଅଭିଯୋଗରେ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ଆଜି ମୁମ୍ବାଇ ପୋଲିସ ଗିରଫ କରିଥିବା ସୂଚନା ରହିଛି ।

ପୋଲିସ ରିପୋର୍ଟ ଅନୁଯାୟୀ ପୁନମ ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପୁନମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ରହିଛି । ଏ ନେଇ ତଦନ୍ତ ଚାଲିଥିବାବେଳେ ସାମଙ୍କୁ ଥାନାରେ ଅଟକ ରଖି ମୁମ୍ବାଇ ପୋଲିସ ପଚରାଉଚରା ଜାରି ରଖିଛି । ପୂର୍ବରୁ ଦୁହେଁ ଗୋଆରେ ଅଶ୍ଳୀଳ ଫିଲ୍ମର ସୁଟିଂ କରିବା ନେଇ ଗିରଫ ହୋଇଥିଲେ ।

Leave A Reply

Your email address will not be published.