Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ସିରିଜ: ରୋହିତ ଅଧିନାୟକ, ରାହୁଲ ଉପ ଅଧିନାୟକ !

ନୂଆଦିଲ୍ଲୀ:ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ ଦଳ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୧୭ ନଭେମ୍ବରରୁ ଏହି ସିରିଜ ଆରମ୍ଭ ହେବ । ରିପୋର୍ଟ ମୁତାବକ ଟି୨୦ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯିବ । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ପ୍ରଥମ ଟେଷ୍ଟରେ ବି ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇପାରନ୍ତି । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପ ପରେ ବିରାଟ କୋହଲି ଏହି ଫର୍ମାଟର ଅଧିନାୟକ ପଦରୁ ଓହରିଯିବେ ।

ନଭେମ୍ବର ୨୫ରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟରେ କୋହଲି ବିଶ୍ରାମ ନେବାକୁ ଚାହୁଁଥିବାରୁ ତାଙ୍କ ସ୍ଥାନରେ ରୋହିତଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । କେଏଲ ରାହୁଲ ଉପଅଧିନାୟକ ପଦ ସମ୍ଭାଳିବେ । କୋଚ ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡ ଏହି ଗୁରୁ ଦାୟିତ୍ୱ ବହନ କରି ସାରଛନ୍ତି ।

Leave A Reply

Your email address will not be published.