Latest Odisha News

BREAKING NEWS

ଦେଓଗଡରେ ଆମ୍ବୁଲାନ୍ସ-ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

ଦେଓଗଡ : ଦେଓଗଡ ଜିଲ୍ଲା ପ୍ରଭାସୁନି ନିକଟରେ ବୁଧବାର ଦିନ ଏକ ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିବା ସହ ୨ ଜଣ ଆହତ ହୋଇଛନ୍ତି ।

ମୃତକଙ୍କ ନାମ ରଞ୍ଜିତ ପ୍ରଧାନ ବୋଲି ଜଣାପଡିଥିବାବେଳେ ଆହତମାନଙ୍କ ମଧ୍ୟରେ ଟିଟନ୍ ଗଡନାୟକ ଓ ହେଲପର ରିପନ୍ ପ୍ରଧାନ ବୋଲି ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ ଏକ ୧୦୮ ଆମ୍ବୁଲାନ୍ସ ସହ ଟ୍ରକ୍ ଧକ୍କା ହେବା ଫଳରେ ଏଭଳି ଅଘଟଣ ଘଟିଛି । ଏହି ସଡକ ଦୁର୍ଘଟଣା ଭୋର ପ୍ରାୟ ୪ଟା ବେଳେ ଘଟିଥିବା ନେଇ ଜଣାପଡିଛି ।

ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଭିମସାର ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.