Latest Odisha News

BREAKING NEWS

କେଉଁ ଭଳି ଝିଅକୁ ପତ୍ନୀ ଭାବରେ ଚାହାନ୍ତି ଭିକି?; ପ୍ରକାଶ କଲେ ମନ କଥା

ମୁମ୍ବାଇ: କିଛିଦିନ ହେବ ଭିକି କୌଶଲ ଏବଂ କାଟ୍ରିନାଙ୍କ ବିବାହ ଗୁଜବକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଡିସେମ୍ବରରେ ସେମାନଙ୍କ ହାତଗଣ୍ଠି ପଡ଼ିବା ଅନେକ ଖବର ଶୁଣିବାକୁ ମିଳିଛି। ସେପଟେ ଭିକି ଏକ ସାକ୍ଷାତକାରରେ କେମିତି ଝିଅକୁ ସେ ବିବାହ କରିବାକୁ ଚାହାନ୍ତି ସେନେଇ ଖୁଲାସା କରିଛନ୍ତି।

ଏକ ସାକ୍ଷାତକାରରେ କାଟ୍ରିନା କୈଫଙ୍କ ସହ ତାଙ୍କ ବିବାହ ଗୁଜବ ମଧ୍ୟରେ ଭିକି ତାଙ୍କ ପତ୍ନୀ ହେବାକୁ ଚାହୁଁଥିବା ଝିଅ ବିଷୟରେ ପ୍ରଶ୍ନ କରିଥିଲେ। ଉତ୍ତରରେ ଭିକି କହିଥିଲେ “ଯିଏ ତୁମକୁ ସବୁବେଳେ ଘରୋଇ ଅନୁଭବ କରାଇବ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପରସ୍ପର ମଧ୍ୟରେ ବୁଝାମଣା। ଯାହା ସମ୍ପର୍କକୁ ଆଗେଇ ନେବାରେ ସାହାଯ୍ୟ କରିଥାଏ। ପରସ୍ପର ମଧ୍ୟରେ ଭଲପାଇବା ବଜାୟ ରଖିବା ନିହାତି ଜରୁରୀ ବୋଲି କହିଛନ୍ତି ଭିକି।

Comments are closed.