Latest Odisha News

BREAKING NEWS

ଟୁଇନ୍ ସିଟି ପରେ ପୁରୀରେ ଯୁବକଙ୍କ ଧମକପୂର୍ଣ୍ଣ ଭିଡିଓ ଭାଇରାଲ୍‌

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କେବିଏନ୍ । କଟକରେ ପବ୍ଲିକ ଷଣ୍ଢ ଓ ଅମାନିଆ ବାଘ । ଏବେ ପୁରୀରେ ବି ସମାନ ସ୍ଥିତି । ଶ୍ରୀକ୍ଷେତ୍ରରେ ଖଣ୍ଡା ଧରି ମାତିଛନ୍ତି ଅମାନିଆ ଯୁବକ । ଅସ୍ରାବ୍ୟ ଭାଷାରେ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏ ନେଇ ପୁରୀ ବାସିନ୍ଦା ମଧ୍ୟ ଚିନ୍ତାରେ ପଡିଛନ୍ତି ।

ନିଜ ପତିଆରା ଜାହିର କରିବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମାଧ୍ୟମ ବନାଉଛନ୍ତି କମ୍ ବୟସର ଯୁବକ । ଅପରାଧ ଦୁନିଆରେ ତାଙ୍କ ସଂପୃକ୍ତି ଥାଉ ଅବା ନଥାଉ । ହାବଭାବ ଓ ଅଭିନୟ କିନ୍ତୁ ପେଶାଦାର ଅପରାଧୀଙ୍କ ଭଳି । ପୁରୀରେ ଜଣେ ଯୁବକଙ୍କ ଭିଡିଓ ଭାଇରାଲ୍ ହୋଇଥିଲାବେଳେ ଭୟଭୀତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ।

ଅନେକ ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ଆକ୍ସନ ମୋଡକୁ ଆସିଛି ପୁରୀ ପୋଲିସ । ପୁରୀରେ କୌଣସି ଅପରାଧମୂଳକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବନି । ଆବଶ୍ୟକ ପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପୁରୀ ଏସ୍‌ପି କେ.ବିଶାଳ ସିଂ ପ୍ରକାଶ କରିଛନ୍ତି ।

Comments are closed.