Latest Odisha News

BREAKING NEWS

[ଭିଡ଼ିଓ] କଷ୍ଟ ସହୁଛି କଅଁଳ ଛୁଆ, ବଞ୍ଚିିବାକୁ ଦରକାର ୧୬ କୋଟି

ଫୁଲବାଣୀ: ଯନ୍ତ୍ରଣାରେ ଜର୍ଜରିତ ନିରୀହ ନିଷ୍ପାପ ଶିଶୁ । ଅକାଳରେ ଗ୍ରାସିଛି ଦୁସାଧ୍ୟ ରୋଗ । ଆଉ ରୋଗ ଭଲ ହେବାକୁ ସଞ୍ଜିବନୀ ପାଲଟିବ ୧୬କୋଟି । ରୋଗଗ୍ରସ୍ତ ହୋଇ ବିଛଣାରେ ପଡି ରହିଛି ୧୮ ମାସର ଛୁଆ ରାଜବୀର । ନା ପାଟି ଫିଟୁଛି ନା ଖେଳକୁଦ କରିପାରୁଛି । ପିଲାର ଯନ୍ତ୍ରଣାରେ ଅବାକ୍ ହୋଇଯାଇଛନ୍ତି ବାପା ମା’ ।

ମା’ର ଆଖିରୁ ଶୁଖୁନି ଲୁହ । କୋହଭରା କଣ୍ଠରେ ପୁଅର ଚିକତ୍ସା ପାଇଁ କିଛି ସହାୟତା ଆଶାରେ ହାତ ଯୋଡି ଅୁନରୋଧ କରୁଛି ମା’ ।
ମୃତ୍ୟୁ ସହ ଅହରହ ସଂଗ୍ର।ମ କରୁଥିବା ପୁଅ ପାଇଁ ଆୟୁଷ ଭିକ୍ଷା କରୁଛି ମା’ ।

ମେରୁଦଣ୍ଡ ମାଂଶପେଶୀ ଆଟ୍ରୋଫି-ଏସଏମଏ ରୋଗରେ ପୀଡିତ ଅଛି ଫୁଲବାଣୀର ରାଜବୀର । ଜୀବନ ଆଉ ମୃତ୍ୟୁ ଭିତରେ ଏବେ ରହିଛି ମାତ୍ର ୪ ମାସର ସମୟ । ଆଉ ଏହି ବିରଳ ରୋଗରୁ ବଞ୍ଚିବାକୁ ହେଲେ ରାଜବୀର ପାଇଁ ଜୀବନଦାନ ପାଲଟିବ ଜୋଲଗେନ୍ସମା ଇଂଜେକ୍ସନ ।

ଜୋଲଗେନ୍ସମା ଇଂଜେକ୍ସନର ମୂଲ୍ୟ ପାଖାପାଖି ୧୬ କୋଟି ଟଙ୍କା । ଏତେ ଟଙ୍କା ଯୋଗାଡ କରିବାକୁ ଅସମର୍ଥ ଥିବାରୁ କୁନି ପୁଅର ଜୀବନ ପାଇଁ ସାହାଯ୍ୟ ମାଗୁଛନ୍ତି ବାପା, ମାଆ । ତାଙ୍କ ରାଜବୀରକୁ ବଞ୍ଚାଇବା ପାଇଁ ହାତଯୋଡ଼ି ନେହୁରା ହେଉଛନ୍ତି ।

ଏବେ ଦିନ ରାତି ବିତୁଛି ଡାକ୍ତରଖାନାରେ, ପାଖରେ ପଇସା ନାହିଁ କିନ୍ତୁ ପୁଅର ଜୀବନ ପାଇଁ ପ୍ରାର୍ଥନା ଜାରି ରହିଛି । ହେଲେ ରୋଗଶଯ୍ୟାରେ ସେମିତି ପଡି ରହିଛି ପୁଅ ରାଜବୀର । ଡାକ୍ତର ଡେଡଲାଇନ୍ ଦେଇଛନ୍ତି କି, ଆଉ ମାତ୍ର ୪ ମାସ ଭିତରେ ରାଜବୀରକୁ ଇଂଜେକ୍ସନ ନଦେଲେ କିଛି ବି ଅଘଟଣ ଘଟିପାରେ । ତେଣୁ ଜୀବନ ଓ ମୃତ୍ୟୁ ଭିତରେ ଏବେ ରହିଛି ମାତ୍ର ୪ ମାସ ।

ରାଜବୀରଙ୍କୁ ବଞ୍ଚାଇବା ପାଇଁ ପରିବାର ଲୋକଙ୍କ ସମେତ ବହୁ ବଦାନ୍ୟ ବ୍ୟକ୍ତି ଦେଶର ବିଭିନ୍ନ କୋଣରେ ଆର୍ଥିକ ସାହାଯ୍ୟ ମାଗୁଛନ୍ତି । କାରଣ ଆପଣଙ୍କର ଟଙ୍କାଏ ଟଙ୍କାଏ ସାହାଯ୍ୟ ରାଜବୀରଙ୍କୁ ଦେଇପାରିବ ଆଉ ଏକ ନୂଆ ଜୀବନ । କୁନିପୁଅ ରାଜବୀର ମୁହଁରେ ହସ ଫେରାଇବାକୁ ଚାହୁଁଥିଲେ ରାଜବୀରଙ୍କ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଅନଲାଇନ ପେମେଣ୍ଟ କରିପାରିବେ ।

ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଫୁଲବାଣୀ
ଆକାଉଣ୍ଟନମ୍ବର- ୬୨୫୦୦୨୦୧୦୦୧୧୬୦୦
IFSC CODE- : UBIN0562505
ଅନଲାଇନ ପେମେଂଟ କରିବାକୁ ଚାହୁଁଥିଲେ
ଗୁଗୁଲ ପେ’-ଫୋନ ପେ ନମ୍ବର-୬୩୬୦୩୭୧୫୯୫

Leave A Reply

Your email address will not be published.