Latest Odisha News

BREAKING NEWS

ପୁରୀ ଶ୍ରୀମନ୍ଦିର ପରିସରରେ ଚୋରି ଅଭିଯୋଗ, ଜଣେ ମହିଳା ଗିରଫ

ପୁରୀ: ନାନା କଟକଣା ମଧ୍ୟରେ ପୁରୀ ମହାପ୍ରଭୁଙ୍କ ଦର୍ଶନ କରିବାକୁ ସୁଯୋଗ ପାଉଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ସାମାଜିକ ଦୂରତା ଅବଲମ୍ବନ ସତ୍ତ୍ୱେ ଜମୁଛି ଭକ୍ତଙ୍କ ଭିଡ । ଏହି ଭିଡର ଫାଇଦା ଉଠାଇ ଜଣେ ମହିଳା ସୁନା ଚେନ୍ ଚୋରି କରିବାରେ ସଫଳ ହୋଇଥିଲେ । ହେଲେ ମହିଳା ଜଣକ ମନ୍ଦିର ପରିସରରେ ଥିବା ସଜାଗ ପୋଲିସ କର୍ମୀଙ୍କ ରାଡାରରୁ ବର୍ତ୍ତିପାରିନଥିଲେ ।

ପୋଲିସ ରିପୋର୍ଟ ଅନୁଯାୟୀ ଆଜି ବ୍ରହ୍ମପୁର ବାସିନ୍ଦା ପି. ନଟବର ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିଲେ । ସେହି ସମୟରେ ମହିଳା ଜଣକ ତାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ପାଖରେ ସାଧା ପୋଷାକରେ ମୁତୟନ ଥିବା ପୋଲିସ କର୍ମୀ ଜଣକ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତ ମହିଳା କେ. ମଳିକାଙ୍କୁ ସିଂହଦ୍ୱାର ପୋଲିସ ଗିରଫ କରିଥଲାବଳେ ତାଙ୍କ ଘର କଟକ ମାଲଗୋଦାମ ଅଂଚଳରେ ବୋଲି ଜଣାପଡିଛି ।

Leave A Reply

Your email address will not be published.