Latest Odisha News

ରାଞ୍ଚିରେ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ଓ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରାହାଳୟ ଉଦଘାଟନ କଲେ ମୋଦି

ଦିଲ୍ଲୀ : ବିର୍ସା ମୁଣ୍ଡାଙ୍କ ଜୟନ୍ତ୍ରୀ ଅବସରରେ ରାଞ୍ଚିରେ ଉଦଘାଟିତ ହେଲା ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସି ମାଧ୍ୟମରେ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରାହାଳୟ ଉଦଘାଟନ କରିଛନ୍ତି ।ଏହି ଅବସରରେ ଝାଡଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ମାନେ ଉପସ୍ଥିତ ଥିଲେ।୧୫ ତାରିଖ ବିର୍ସା ମୁଣ୍ଡା ଜୟନ୍ତୀକୁ ସାରା ଦେଶରେ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରିବା ଲାଗି ଐତିହାସିକ ନିଷ୍ପତ୍ତି ଆଜି ଠାରୁ ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।

ଏହି ଐତିହାସିକ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୋଦି।ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଯାହାଙ୍କ ଦୃଢ ଇଛାଶକ୍ତି ଯୋଗୁଁ ଝାଡଖଣ୍ଡ ରାଜ୍ୟ ଗଠନ ସମ୍ଭବ ହୋଇପାରିଛି ବୋଲି ମୋଦି କହିଥିଲେ । ଭଗବାନ ବିର୍ସାମୁଣ୍ଡା ସମାଜ ପାଇଁ ବଞ୍ଚିଥିଲେ , ନିଜର ସଂସ୍କୃତି ଓ ଦେଶ ପାଇଁ ନିଜ ଜୀବନକୁ ବଳୀଦାନ ଦେଇଥିଲେ । ତେଣୁ ସେ ଆଜି ମଧ୍ୟ ଆମ ବିଶ୍ୱାସରେ ଆମ ଭାବନାରେ ଆମର ଭଗବାନ ଭାବେ ଜୀବିତ ଅଛନ୍ତି । ସେ ଆଧୁନିକ ଶିକ୍ଷାର ଜଣେ ସମର୍ଥକ ଥିଲେ ଏବଂ ନିଜ ସମାଜରେ ରହିଥିବା କଳୁଷିତ ଏବଂ କୁପ୍ରଥା ବିରୋଧରେ ମୁହଁ ଖୋଲିବା ଲାଗି ସେ ସାହସ କରିପାରିଥିଲେ।

ତେଣୁ ଏହି ସଂଗ୍ରହାଳୟ ବିବିଧତାରେ ପରିପୂର୍ଣ୍ଣ ଆମ ଜନଜାତି ସଂସ୍କୃତିର ଏକ ଜୀବନ୍ତ କେନ୍ଦ୍ରରେ ପରିଣତ ହେବ।ଏହା ସ୍ୱାଧିନତା ସଂଗ୍ରାମର ଆମ ଜନଜାତି ନାୟକ ଓ ନାୟିକାମାନଙ୍କର ଯୋଗଦାନକୁ ପ୍ରଦର୍ଶିତ କରିବ। ବିର୍ସା ମୁଣ୍ଡା ସ୍ୱଳ୍ପ ସମୟରେ ଜୀବନକାଳ ମଧ୍ୟରେ ସେ ଦେଶ ପାଇଁ ଏକ ସମ୍ପୁର୍ଣ୍ଣ ଇତିହାସ ରଚନା କରିଯାଇଛନ୍ତି ଏବଂ ଭାରତର ଅନେକ ପିଢିଙ୍କୁ ମାର୍ଗଦର୍ଶନ କରିଯାଇଛନ୍ତି ବୋଲି ମୋଦି କହିଥିଲେ।

Leave A Reply

Your email address will not be published.