Latest Odisha News

BREAKING NEWS

ନନ୍ଦନକାନନରେ ଆଜିଠୁ ପୁଣି ଗଡ଼ିବ ଟୟ ଟ୍ରେନ୍

ଭୁବନେଶ୍ୱର: ଆଜିଠୁ ନନ୍ଦନକାନନରେ ପୁଣି ଗଡ଼ିବ ଟୟ ଟ୍ରେନ୍ । ସକାଳ ୧୦ଟାରୁ ଆରମ୍ଭ ହେବ ଟୟ ଟ୍ରେନ୍ ଚଳାଚଳ । ପ୍ରତି ଘଣ୍ଟାଏ ବ୍ୟବଧାନରେ ଟ୍ରେନ୍ ଚାଲିବ । ଏଣିକି ୧୩ ରାଉଣ୍ଡ ପରିବର୍ତ୍ତେ ଦିନରେ ୬ ରାଉଣ୍ଡ ବୁଲିବ ଟୟ ଟ୍ରେନ୍ । ସକାଳ ୧୦ଟା, ୧୧ଟା, ମଧ୍ୟାହ୍ନ ୧୨ଟା, ଦିନ ୧ଟା, ୨ଟା, ୩ଟା ଓ ଅପରାହ୍ଣ ୪ଟାରେ ଏହି ଟୟ ଟ୍ରେନ୍ ଚାଲିବ ।

ବର୍ତ୍ତମାନ ୪ଟି ବଗିରେ ୭୨ ଜଣ ପର୍ୟ୍ୟଟକ ବସି ବୁଲିପାରିବେ । ସମସ୍ତ ବଗିରେ ଫ୍ୟାନର ବ୍ୟବସ୍ଥା କରାଯାଇଛି । ଟ୍ରେନ୍ ଚାଲିବାର ଅଧଘଣ୍ଟା ଆଗରୁ ମିଳିବ ଟିକେଟ୍ । ଟୟ ଟ୍ରେନରେ ପ୍ରାଣୀ ଉଦ୍ୟାନ ବୁଲିବାର ନିଆରା ମଜା ନେଇପାରିବେ ପର୍ଯ୍ୟଟକ ।

କିଛି ଦିନ ପୂର୍ବରୁ ନନ୍ଦନକାନନରେ ଟୟ ଟ୍ରେନ୍ ସେବା ଆମ୍ଭ ହୋଇଥିଲା । ଟୟ ଟ୍ରେନ୍ ଚାଲୁଥିବା ବେଳେ ସର୍ଟ ସର୍କିଟରୁ ଏହାର ଇଞ୍ଜିନରେ ନିଆଁ ଲାଗି ଏହା ଅଚଳ ହୋଇଥିଲା । ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତ ଯାଇଥିଲେ ୬୦ ଯାତ୍ରୀ । ଅଗ୍ନିକାଣ୍ଡ ପରେ ଟୟ ଟ୍ରେନ୍ ସେବା ବନ୍ଦ ରହିଥିଲା ।

Leave A Reply

Your email address will not be published.