Latest Odisha News

BREAKING NEWS

ଆଜି ବି ରାଜ୍ୟରେ କୋହଲା ପାଗ

ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ଜାରି ରହିଛି । କିଛି ସ୍ଥାନରେ ବର୍ଷା ବି ହେଉଛି । ଆଜି ବି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପର ପରିଣାମ ବୃଦ୍ଧି ପାଇବ । ଆଗାମୀ ୩-୪ ଦିନ ଯାଏ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ ।

ମେଘୁଆ ପାଗ ଯୋଗୁ ଧାନ ଓ ପନିପରିବା ଜାତୀୟ ଚାଷରେ ରୋଗ ପୋକ ବୃଦ୍ଧି ହେବାର ସମ୍ଭାବନା ରହିଛି । ଅଦିନିଆ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ିଯାଇଛି ପାଚିଲା ଧାନ । ଏକର ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଛି । ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି ଅଦିନିଆ ବର୍ଷା ।

ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ଲଘୁଚାପ ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ସନ୍ତା ୪୮ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଓ୍ୱେଲ ମାର୍କଡ ଲୋ ପ୍ରେସର ହେବ । ପରେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ ।

୧୮ ତାରିଖ ବେଳକୁ ଏହି ଲଘୁଚାପ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ୧୭ ଓ ୧୮ ତାରିଖରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇଇପାରେ ।

Leave A Reply

Your email address will not be published.