Latest Odisha News

BREAKING NEWS

୪ରେ ମୁକ୍ତିଲାଭ କରିବ ଫିଲ୍ମ ‘ବଧାଇ ଦୋ’

ନୂଆଦିଲ୍ଲୀ: ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଭୁମି ପେଡନେକର ପ୍ରଥମ ଥର ପାଇଁ ଏକାଠି ‘ବଧାଇ ଦୋ’ ନଜର ଆସିବେ। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଫେବୃଆରୀ ୪, ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ‘ବଧାଇ ଦୋ’ ହେଉଛି ଜାତୀୟ ପୁରସ୍କାର ପ୍ରାପ୍ତ କମେଡି ଡ୍ରାମା ମୁଭି ‘ବଧାଇ ହୋ’ ର ସିକ୍ୱେଲ।

ଭୁମି ପେଡନେକର ଏବଂ ରାଜକୁମାର ରାଓ ଜାନୁୟାରୀ ୨୦୨୧ ରେ ‘ବଧାଇ ଦୋ’ ପାଇଁ ସୁଟିଂ ଆରମ୍ଭ କରିଥିଲେ। ବର୍ତ୍ତମାନ ସେମାନଙ୍କର ଚଳଚ୍ଚିତ୍ର ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବାର କାର୍ଯ୍ୟକ୍ରମ ରହିଛି।

ସୋସିଆଲ ମିଡିଆରେ ରିଲିଜ୍ ତାରିଖ ଘୋଷଣା କରି ଭୁମି ପେଡନେକର ଲେଖିଛନ୍ତି ଯେ ‘ବଧାଇ ଦୋ’ ବର୍ତ୍ତମାନ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Comments are closed.