କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଲତର ଘାଟ ନିକଟ ଖରସ୍ରୋତା ନଦୀ କୂଳରୁ ଏକ କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଛି।
ମୃତ କୁମ୍ଭୀରର ଲମ୍ୱ ପ୍ରାୟ ୫ ଫୁଟ୍ ହେବ ବୋଲି ସୁତ୍ରରୁ ପ୍ରକାଶ ।
ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ସ୍ଥାନୀୟ ଲୋକମାନେ କୁମ୍ଭୀରର ମୃତଦେହ ଭାସୁଥିବା ଦେଖି ଏନେଇ ରାଜନଗର ବନବିଭାଗ ଅଫିସକୁ ଜଣାଇଥିଲେ।
ଖବର ପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରର ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।
ତେବେ ଏଯାବତ୍ କୁମ୍ଭୀରର ମୃତ୍ୟୁ ନେଇ ସଠିକ୍ କାରଣ ସ୍ପଷ୍ଟ ହୋଇନାହିଁ।
Comments are closed.