ଭୁବନେଶ୍ବର: ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ୍ । ଇପିଏଫ୍ ଫାଇଲ୍ ସଂପର୍କିତ କାମ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଲେ । ଓଡ଼ିଶା ଉଠା ଜଳସେଚନର ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟଳୟରୁ ଅବସରପ୍ରାପ୍ତ ବିରଷ୍ଠ ଟାଇପିଷ୍ଟ ଅମୃତ ସାହୁ ।
ଅଭିଯୋଗକାରୀଙ୍କ କହିବା ଅନୁସାରେ ତାଙ୍କର ସ୍ବର୍ଗତ ବାପାଙ୍କ ଇପିଏଫ୍ ଫାଇଲ୍ ଆଗକୁ ବଢ଼ାଇବା ପାଇଁ ଅମୃତ ସାହୁ ୩୦୦୦ ଟଙ୍କା ମାଗିଥିଲେ । ୩୦୦୦ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ । ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଶ୍ରୀ ସାହୁଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।
Comments are closed.